ଖେଳ

କରୋନା ପାଇଁ ଭାରତ-ଶ୍ରୀଲଙ୍କା ସିରିଜ୍‌ ବାତିଲ

ନୂଆଦିଲ୍ଲୀ: ପୁଣି ଗୋଟିଏ ସୀମିତ ଓଭର କ୍ରିକେଟ ସିରିଜ୍‌ କରୋନା ଯୋଗୁ ବାତିଲ ହୋଇଛି। ଶ୍ରୀଲଙ୍କା ବିପକ୍ଷରେ ସୀମିତ ଓଭର ସିରିଜ୍‌ ଖେଳିବା ପାଇଁ ଟିମ୍‌ ଇଣ୍ଡିଆ କଲୋମ୍ବ ଗସ୍ତ କରିବାର ଥିଲା। ହେଲେ କରୋନା ସଂକ୍ରମଣ ଆଶଙ୍କାରେ ଏହି ସିରିଜ୍‌କୁ ବାତିଲ କରିଦିଆଯାଇଛି।

ଆହୁରି ପଢ଼ନ୍ତୁ

ଚଳିତ ମାସରେ ଟିମ୍‌ ଇଣ୍ଡିଆ ଶ୍ରୀଲଙ୍କା ବିପକ୍ଷରେ ୩ଟି ଦିନିକିଆ ଓ ସମାନ ସଂଖ୍ୟକ ଟି-୨୦ ମ୍ୟାଚ୍‌ ଖେଳି ଥାଆନ୍ତା। ୨୦୧୭ରେ ଭାରତ ଶେଷଥର ପାଇଁ ଶ୍ରୀଲଙ୍କା ଗସ୍ତ କରିଥିଲା। ଏହି ସମୟରେ ଦଳ ୩ଟି ଟେଷ୍ଟ, ୫ଟି ଦିନିକିଆ ଓ ଗୋଟିଏ ଟି-୨୦ ମ୍ୟାଚ୍‌ ଖେଳିଥିଲା। ସିରିଜ୍‌ର ସମସ୍ତ ମ୍ୟାଚ୍‌ରେ ଭାରତ ଜିତିଥିଲା।

ବର୍ତ୍ତମାନ ଶ୍ରୀଲଙ୍କାରେ କରୋନା ଯୋଗୁ ୧୮ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୧୮୭୩ ଜଣ ସଂକ୍ରମିତ ହୋଇଛନ୍ତି। ସରକାର ଲକଡାଉନ କରିଥିଲେ ହେଁ ଏବେ ଏହାକୁ କୋହଳ କରିଛନ୍ତି। ତଥାପି ରାତ୍ରୀକାଳୀନ କର୍ଫ୍ୟୁ ବଳବତ୍ତର ରହିଛି।

[ad_2]
Show More
Back to top button