୧୦୦ କୋଟିର ଡ୍ରଗ୍ସ ଓ ନଗଦ କୋଟିଏ ଟଙ୍କା ସହ ୩ ଆତଙ୍କୀ ଗିରଫ


ଶ୍ରୀନଗର: ପୁଲିସ୍ ଆଜି ବଡ଼ଧରଣର ପାକିସ୍ତାନ ପ୍ରାୟୋଜିତ ନିଶା ବେପାର ଆତଙ୍କୀ ଗ୍ୟାଙ୍ଗର ପର୍ଦ୍ଦାଫାସ କରିଛି। ଜମ୍ମୁ-କଶ୍ମୀରର ହାଣ୍ଡୱାରା ପୁଲିସ୍ ଆଜି ୩ ଆତଙ୍କୀଙ୍କ ସହ ୧୦୦ କୋଟି ମୂଲ୍ୟର ଡ୍ରଗ୍ସ ଓ ନଗଦ କୋଟିଏ ଟଙ୍କା ଜବତ କରିଛି। ଏହି ୩ ଆତଙ୍କୀ ଲସ୍କର-ଏ-ତୋଇବା ସଂଗଠନର ବୋଲି ଜଣାପଡ଼ିଛି।
ଆହୁରି ପଢ଼ନ୍ତୁ
ହାଣ୍ଡୱାରା ପୁଲିସ ଏସପି ଜିଭି ସୁନ୍ଦୀପ ଚକ୍ରବର୍ତ୍ତୀ କହିଛନ୍ତି, “ଗିରଫ ବ୍ୟକ୍ତିମାନେ ପାକିସ୍ତାନ ହ୍ୟାଣ୍ଡଲେରଙ୍କ ସହ ଯୋଗାଯୋଗରେ ରହିଥିଲେ। ସେମାନଙ୍କ ଠାରୁ ୨୧ କେଜିର ଡ୍ରଗ୍ସ, ୧.୩୪ କୋଟିର ନଗଦ ଭାରତୀୟ ଟଙ୍କା ଜବତ କରାଯାଇଛି। ଏମାନଙ୍କ ଠାରୁ କ୍ୟାଶ କାଉଣ୍ଟ ମେସିନ ମଧ୍ୟ ଜବତ କରାଯାଉଛି।
ଗିରଫ ଆତଙ୍କୀଙ୍କ ମଧ୍ୟରେ ଇଫତିକାର ଇନ୍ଦ୍ରବୀ ରହିଛି। ତା’ ନାଁରେ ପୂର୍ବରୁ ମଧ୍ୟ ଡ୍ରଗ୍ସ ଚୋରା ଚାଲାଣ ମାମଲା ରହିଛି। ଦ୍ୱିତୀୟ ଯୁବକ ହେଲେ ମୋମିନ ପୀରଙ୍କ ଜ୍ୱାଇ ଓ ତୃତୀୟ ଯୁବକ ହେଲେ ଇକବାଲ ଉଲ-ଇସଲାମ। ଏହି ଗ୍ୟାଙ୍ଗ ସହ ସାମିଲ ଥିବା ଆଉ କିଛି ଯୁବକଙ୍କୁ ଚିହ୍ନଟ ହୋଇଛନ୍ତି ଏବଂ ସେମାନଙ୍କୁ ଖୁବଶୀଘ୍ର ଗିରଫ କରାଯିବ। ଏହି ୩ ଯୁବକ ଡ୍ରଗ୍ସ ବେପାର କରି ଲସ୍କର-ଇ-ତୋଇବା ସଂଗଠନକୁ ଆର୍ଥିକ ସହାୟତା କରୁଥିଲେ।”