ରୋଷେଇ
ନିମ୍ୱ କଟ୍ଲେଟ୍ | Satyasikha


ଆବଶ୍ୟକ ସାମଗ୍ରୀ : ନଡ଼ିଆ କୋରା, ଅଦା କଟା, ରସୁଣ କଟା, କଟା କଞ୍ଚାଲଙ୍କା ଓ ପିଆଜ, ସିଝା ଲିମ୍ୱ ପତ୍ର, ରାଶି, ଲୁଣ, ତେଲ, କର୍ଣ୍ଣଫ୍ଲୋର ପାଉଡର, ଆଳୁ ସିଝା ଓ ସୁଜି।
ଆହୁରି ପଢ଼ନ୍ତୁ
ପ୍ରସ୍ତୁତି ପ୍ରଣାଳୀ : ପ୍ରଥମେ ଲିମ୍ୱ ପତ୍ର ଓ ଆଳୁକୁ ଅଲଗା ଅଲଗା ସିଝାଇ ରଖନ୍ତୁ। ଏକ ପାତ୍ରରେ ସିଝା ଲିମ୍ୱ ପତ୍ର, ନଡ଼ିଆ କୋରା, ରାଶି, କଟା ପିଆଜ, କଟା ରସୁଣ, କଟା ଅଦା ଓ ସ୍ୱାଦ ଅନୁସାରେ ଲୁଣ ପକାଇ ଭଲ ଭାବରେ ଗୋଳାଇ ପୁର ପ୍ରସ୍ତୁତ କରନ୍ତୁ। ସିଝା ଆଳୁରେ ଲୁଣ ଓ କର୍ଣ୍ଣଫ୍ଲୋର ପକାଇ ଭଲ ଭାବରେ ଚକଟି ଦିଅନ୍ତୁ। ଏହାପରେ ଆଳୁ ଚକଟାକୁ ପିଠା ଆକାର କରି ତା ଭିତରେ ନିମ୍ୱ ପୁର ଦେଇ ଗଢ଼ି ରଖନ୍ତୁ।
ଗ୍ୟାସ୍ ଲଗାଇ କଡ଼େଇରେ ତେଲ ଗରମ କରନ୍ତୁ। ଗଢ଼ା ହୋଇ ରହିଥିବା ନିମ୍ୱପୁର ଆଳୁକୁ ସୁଜିରେ ଗଡ଼ାଇ ଛାଣନ୍ତୁ। ଏବେ ପ୍ରସ୍ତୁତ ହୋଇଗଲା ଆପଣଙ୍କର ନିମ୍ୱ କଟ୍ଲେଟ୍।