ରାଜ୍ୟ

ସୋମବାରଠାରୁ ୬୬ଟି ରୁଟ୍‌ରେ ଗଡ଼ିବ ସରକାରୀ ବସ୍‌

ଭୁବନେଶ୍ୱର (ସତ୍ୟଶିଖା): ସୋମବାରଠୁ ଆରମ୍ଭ ହେବ ଓଡ଼ିଶା ରାଜ୍ୟ ପରିବହନ ବସ୍ ସେବା। ପ୍ରାଥମିକ ପର୍ଯ୍ୟାୟରେ ୬୬ଟି ରୁଟ୍‌ରେ ଏହି ବସ୍ ଚଳାଚଳ କରିବ। ରାଜଧାନୀରୁ ୨୨ଟି ସହରକୁ ୯୬ଟି ବସ୍ ଗଡ଼ିବ। ପରେ ପର୍ଯ୍ୟାୟ କ୍ରମେ ଅଧିକରୁ ଅଧିକ ରୁଟ୍‌ରେ ବସ୍ ଗଡ଼ିବ। ଏନେଇ ଓଡ଼ିଶା ରାଜ୍ୟ ସଡ଼କ ପରିବହନ ନିଗମ ସିଏମ୍‌ଡି ଅରୁଣ ବୋଥ୍ରା ସୂଚନା ଦେଇଛନ୍ତି।

ବସରେ ଯେତିକି ସିଟ୍ ସେତିକି ଯାତ୍ରୀ ହିଁ ଯାଇପାରିବେ। କୌଣସି ଯାତ୍ରୀ ଠିଆ ହୋଇ ବସ୍‌ରେ ଯାଇପାରିବେ ନାହିଁ। ଜନସାଧାରଣ ଓ ବସ୍ କର୍ମଚାରୀଙ୍କ ସୁରକ୍ଷା ଦୃଷ୍ଟିରୁ ଯାତ୍ରା ବେଳେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ କରାଯାଇଛି।

ଆହୁରି ପଢ଼ନ୍ତୁ

ସେହିପରି କରୋନା ସଂକ୍ରମଣ ରୋକିବା ପାଇଁ ବସ୍‌ଗୁଡିକୁ ବିଶୋଧନ କରିବାର ବ୍ୟବସ୍ଥା ମଧ୍ୟ କରାଯାଇଛି। ତେବେ ଅତି ଜରୁରୀ ନଥିଲେ ବସ୍‌ରେ ଯାତ୍ରା ନକରିବାକୁ ଏବଂ ବସ୍‌ରେ ଚଢ଼ିବା ବେଳେ ସାମାଜିକ ଦୂରତା ବଜାୟ ରଖିବାକୁ ଜନସାଧାରଣଙ୍କୁ କୁହାଯାଇଛି।

ପ୍ରକାଶଥାଉକି, ଶନି ଓ ରବିବାର ମୋ ବସ୍ ସେବା ବନ୍ଦ ରହିଛି। ଦୁଇଦିନିଆ ଶଟ୍‌ଡାଉନ୍ କାରଣରୁ ବନ୍ଦ ରହିଛି ମୋ ବସ୍ ସେବା। ପୂରା ଜୁନ୍ ମାସ ପ୍ରତି ଶନି ଓ ରବିବାର ଏହା ବନ୍ଦ ରହିବ ବୋଲି ପୂର୍ବରୁ କ୍ରୁଟ୍ ପକ୍ଷରୁ ସୂଚନା ଦିଆଯାଇଛି।

[ad_2]
Show More
Back to top button