ରାଜ୍ୟ

ଅଣ୍ଡା ଓ ଚିକେନ ନିରାପଦ, ଗୁଜବରେ ବିଶ୍ୱାସ କରନ୍ତୁନି : ରାଜ୍ୟ ସରକାର

ଭୁବନେଶ୍ୱର(ସତ୍ୟଶିଖା): ଅଣ୍ଡା ଓ ଚିକେନ ଖାଇବା ଦ୍ୱାରା କରୋନାଠୁ ଅଧିକ ଭୟଙ୍କର ରୋଗ ବ୍ୟାପିବା ବୋଲି ହେଉଥିବା ଚର୍ଚ୍ଚା କେବଳ ଏକ ଗୁଜବ ବୋଲି ରାଜ୍ୟ ସରକାରଙ୍କ ପକ୍ଷରୁ ସ୍ପଷ୍ଟ କରାଯାଇଛି। ଚିକେନ୍ ଓ ଅଣ୍ଡା ଖାଇବା ସମ୍ପୂର୍ଣ୍ଣ ନିରାପଦ ଏବଂ ଏହି ଗୁଜବକୁ ବିଶ୍ୱାସ ନକରିବା ନିମନ୍ତେ ରାଜ୍ୟ ସରକାର କହିଛନ୍ତି।

ଆହୁରି ପଢ଼ନ୍ତୁ

ରାଜ୍ୟ ପଶୁପାଳନ ନିର୍ଦ୍ଦେଶାଳୟ ପକ୍ଷରୁ ଏନେଇ ଏକ ସ୍ପଷ୍ଟୀକରଣରେ କୁହାଯାଇଛି ଯେ, ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ କିମ୍ବା ବିଶ୍ୱ ପ୍ରାଣୀ ସ୍ୱାସ୍ଥ୍ୟ ସଂଗଠନ ଦ୍ୱାରା ଅଣ୍ଡା ଓ ଚିକେନ ଖାଇବାକୁ ନେଇ କୌଣସି ତଥ୍ୟ ଜାରି କରାଯାଇ ନାହିଁ। କୁକୁଡ଼ା ମାଂସ ଓ ଅଣ୍ଡା ଖାଇବା ଦ୍ୱାରା କରୋନା ଭୂତାଣୁ କିମ୍ବା ତା’ଠୁ ଭୟଙ୍କର ଅନ୍ୟ କୌଣସି ରୋଗ ସଂକ୍ରମଣର ବୈଜ୍ଞାନିକ ପ୍ରମାଣ ମିଳିନାହିଁ। ବିଗତ ଦିନମାନଙ୍କରେ ଘଟିଯାଇଥିବା କରୋନା ଭୂତାଣୁ ସଂକ୍ରମଣ କିମ୍ବା କରୋନା ସମ୍ବନ୍ଧୀୟ ସାଧାରଣ ଥଣ୍ଡାକାଶ କେବେବି କୁକୁଡ଼ା ମାଂସ ଓ ଅଣ୍ଡା ଦ୍ୱାରା ବ୍ୟାପି ନଥାଏ। ତେଣୁ କୁକୁଡ଼ା ମାଂସ ଓ ଅଣ୍ଡା ଖାଇବା ନିରାପଦ।

ଅବଶ୍ୟ କୁକୁଡ଼ା ମାଂସ, ଅଣ୍ଡା ଓ ଅନ୍ୟାନ୍ୟ କୁକୁଟଜାତୀୟ ପଦାର୍ଥ ସଂସ୍ପର୍ଶରେ ଆସିବାବେଳେ ପରିଚ୍ଛନ୍ନତା ଅବଲମ୍ବନ କରିବା ନିହାତି ଆବଶ୍ୟକ ବୋଲି ସରକାରଙ୍କ ପକ୍ଷରୁ କୁହାଯାଇଛି। ଅଣ୍ଡା ଓ କୁକୁଡ଼ା ମାଂସକୁ ଭଲଭାବେ ସିଝାଇ ଖାଇବା ଉଚିତ୍। ଅଯଥା ଭୟଭୀତ ନହୋଇ ଚିକେନ୍ ଓ ଅଣ୍ଡା ଖାଇବାକୁ ରାଜ୍ୟ ସରକାର ପରାମର୍ଶ ଦେଇଛନ୍ତି।

[ad_2]
Show More
Back to top button