ରାଜ୍ୟ

ଛେଳି ବେପାରୀଙ୍କୁ ଲୁଟିଥିଲେ, ଧରି ପକାଇଲା ପୁଲିସ

ଭଞ୍ଜନଗର(ରାଜେଶ ପଣ୍ଡା): ରାତିରେ ଛେଳି ବେପାରୀଙ୍କ ମୁଣ୍ଡରେ ବନ୍ଧୁକ ଲଗାଇ ଲୁଟିଥିଲେ। ଏନେଇ ଅଭିଯୋଗ ହେବା ପରେ ଲୁଟେରାମାନେ ପୁଲିସ ଜାଲରେ ପଡ଼ିଛନ୍ତି। ଗଞ୍ଜାମ ପୁଲିସ ଏହି ଘଟଣାରେ ୧୧ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ବେଳେ ୧୨,୫୯,୫୦୦ ଟଙ୍କା ଜବତ କରିଛି।

ଆହୁରି ପଢ଼ନ୍ତୁ

ଗତ ୨୭ ତାରିଖ ମଧ୍ୟ ରାତିରେ ଧରକୋଟ ଥାନା ବାଦଗଡଠାରୁ ତିନି ଛେଳି ବେପାରୀଙ୍କଠାରୁ ୧୬ ଲକ୍ଷ ୮୦ ହଜାର ଟଙ୍କା ଲୁଟ୍‌ ହୋଇଥିଲା। ଲୁଟେରାମାନେ ଛେଳି ବେପାରୀଙ୍କ ମୁଣ୍ଡରେ ବନ୍ଧୁକ ରଖି ଟଙ୍କା ଲୁଟି ନେଇଥିଲେ। ଏନେଇ ଛେଳି ବେପାରୀମାନେ ଥାନାରେ ଅଭିଯୋଗ କରିଥିଲେ। ଗଞ୍ଜାମ ଏସ୍‌ପି ବ୍ରିଜେଶ ରାୟ ୪ଟି ଥାନାର ଥାନା ଅଧିକାରୀଙ୍କୁ ଘଟଣାର ତଦନ୍ତ ଭାର ଦେଇଥିଲେ। ପରେ ପୁଲିସ ତତ୍ପର ହୋଇଥିଲା। ଘଟଣାର ତଦନ୍ତ ଆରମ୍ଭ କରିଥିଲା।

ଗଞ୍ଜାମ ପୁଲିସ ଆଜି ବଡଗଡ଼, ସୋରଡ଼ା, ଧରକୋଟ ଥାନା ଅଞ୍ଚଳରେ ଚଢ଼ଉ କରି ୧୧ ଜଣ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ସେମାନଙ୍କଠାରୁ 12,59,500 ଟଙ୍କା ଜବତ କରିବା ସହ ୪ଟି ବାଇକ, ୮ଟି ମୋବାଇଲ, ଗୋଟିଏ ଖେଳଣା ପିସ୍ତଲ, ଗୋଟେ ମେଟାଲ ପଞ୍ଚ, ଗୋଟିଏ ଖଣ୍ଡା ଓ ଦୁଇଟି ପୋଡା ମୋବାଇଲ୍‌ ଜବତ କରିଛି। ବଡଗଡ଼ ଥାନାରେ ଆୟୋଜିତ ସାମ୍ୱାଦିକ ସମ୍ମିଳନୀରେ ଏନେଇ ସୂଚନା ଦେଇଛନ୍ତି ଗଞ୍ଜାମ ଏସ୍‌ପି ଶ୍ରୀ ରାୟ। ତେବେ ଏଥିରେ ସମ୍ପୃକ୍ତ ଅନ୍ୟନ ଅଭିଯୁକ୍ତଙ୍କୁ ଶୀଘ୍ର ଧରିବା ପାଇଁ ପୁଲିସ ତଦନ୍ତ କରୁଥିବା ସେ କହିଛନ୍ତି।

[ad_2]
Show More
Back to top button