ଦେଶସ୍ୱାସ୍ଥ୍ୟ

ଦିନକରେ ୯୬ ହଜାର

ସତ୍ୟଶିଖା(ନୂଆଦିଲ୍ଲୀ) ୦୬.୦୪.୨୦୨୧: ବେକାକୁ ହେଲାଣି ମହାମାରୀ କରୋନା । ଦିନକୁ ଦିନ କରୋନା ତାର କାୟା ବିସ୍ତାର କରିଚାଲିଛି। ଦେଶରେ ଏବେ କରୋନା ଗ୍ରାଫ ଉପର ମୁହାଁ ରହିଛି। ଗତ ୨୪ ଘଣ୍ଟାରେ ଦେଶରେ ପୁଣି ୯୬ ହଜାର ୯୮୨ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ସେହିପରି  ଦିନକରେ କରୋନା ଜନିତ ମୃତ୍ୟୁ ସିଂଖ୍ୟା ରହିଛି ୪୪୬ ।

କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରାଳୟର ସୂଚନା ଅନୁସାରେ ନୂଆ ମାମଲାକୁ ମିଶାଇ ଦେଶରେ ମୋଟ କରୋନା ସଂକ୍ରମିତଙ୍କ ସଂଖ୍ୟା ୧ କୋଟି ୨୬ ଲକ୍ଷ ୮୬ ହଜାର ୪୯କୁ ବୃଦ୍ଧି ପାଇଛି। ସେହିପରି ଦେଶରେ ମୋଟ ୧ କୋଟି ୧୭ ଲକ୍ଷ ୩୨ ହଜାର ୨୭୯ ଜଣ ସୁସ୍ଥ ହୋଇଛନ୍ତି। ବର୍ତ୍ତମାନ ଦେଶରେ ସମୁଦାୟ ୭ ଲକ୍ଷ ୮୮ ହଜାର ୨୨୩ଟି ସକ୍ରିୟ ମାମଲା ରହିଛି। ସେହିପରି କରୋନାରେ ଆକ୍ରାନ୍ତ ହୋଇ ମୋଟ ୧ ଲକ୍ଷ ୬୫ ହଜାର ୫୪୭ ଜଣ ପ୍ରାଣ ହରାଇଛନ୍ତି।

Show More
Back to top button