ରାଜ୍ୟସ୍ୱାସ୍ଥ୍ୟ

ସୁସ୍ଥ ହେଲେ ୮୭୪ କରୋନା ଆକ୍ରାନ୍ତ

ସତ୍ୟଶିଖା(ଭୁବନେଶ୍ୱର )୧୩ .୦୯ .୨୦୨୧:ସୁସ୍ଥ ହେଲେ କରୋନା ଆକ୍ରାନ୍ତ। ଆଜି ରାଜ୍ୟରୁ ଆଉ ୮୭୪ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ସୂଚନା ଦେଇଛି। ତେବେ ସୁସ୍ଥଙ୍କ ମଧ୍ୟରୁ ସର୍ବାଧିକ  ଖୋର୍ଦ୍ଧାରୁ ୩୩୨ ।

ସେହିପରି କଟକରୁ ୧୪୫, ବାଲେଶ୍ଵରରୁ ୪୦, କେନ୍ଦ୍ରାପଡାରୁ ୩୩, ଯାଜପୁରରୁ ୩୨, ମୟୂରଭଞ୍ଜରୁ ୨୭, ପୁରୀରୁ ୨୪, ସମ୍ବଲପୁରରୁ ୨୧, ଜଗତସିଂହପୁରରୁ ୨୦, ଢେଙ୍କାନାଳରୁ ୧୯, ଅନୁଗୁଳରୁ ୧୮, ସୁନ୍ଦରଗଡରୁ ୧୮, ରାୟଗଡାରୁ ୧୨, ଭଦ୍ରକରୁ ୯, ନୟାଗଡରୁ ୭, କଳାହାଣ୍ଡିରୁ ୬, ନବରଙ୍ଗପୁରରୁ ୬, ଦେବଗଡରୁ ୫, କେନ୍ଦୁଝରରୁ ୫, ବଲାଙ୍ଗୀରିରୁ ୪, ବରଗଡରୁ ୩, ଗଞ୍ଜାମରୁ ୩, ଝାରସୁଗୁଡାରୁ ୩, କୋରାପୁଟରୁ ୨, ସୋନପୁରରୁ ୨ ଏବଂ ଷ୍ଟେଟ ପୁଲରୁ ୭୮ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି।

ଏହି ସୁସ୍ଥ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ ୧୦ ଲକ୍ଷ ୨ ହଜାର ୧୨୮ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ତେବେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୧୦ ଲକ୍ଷ ୧୬ ହଜାର ୩୬୨ କୁ ବୃଦ୍ଧି ହୋଇଥିବାବେଳେ ଏବେ ସକ୍ରିୟ ଆକ୍ରାନ୍ତ ରହିଛନ୍ତି ୬ ହଜାର ୮୩ ଜଣ।

Show More
Back to top button