ନ୍ୟୁଜ୍ରାଜ୍ୟସ୍ୱାସ୍ଥ୍ୟ

ନିଯୁକ୍ତି ପାଇବେ ୮୧ ଡାକ୍ତର

ସତ୍ୟଶିଖା(ଭୁବନେଶ୍ୱର) ୨୫.୧୧.୨୦୨୧:  ସରକାର ରାଜ୍ୟର ବିଭିନ୍ନ ସ୍ଥାନରେ ଖାଲି ଥିବା ଓଡିଶା ମେଡିକାଲ ଓ ସ୍ବାସ୍ଥ୍ୟସେବା ଗ୍ରୁପ-ଏ ଜୁନିଅର ବ୍ରାଞ୍ଚରେ ଡାକ୍ତର ପଦବୀ ପୂରଣ କରିବାକୁ ଯାଉଛନ୍ତି ।ଓଡିଶା ରାଜ୍ୟ ପବ୍ଲିକ ସର୍ଭିସ କମିଶନଙ୍କ ମାଧ୍ୟମରେ ୮୧ଟି ପଦବୀ  ନିମନ୍ତେ ଅନୁସୂଚୀତ ଜାତି ଓ ଜନଜାତି ଛାତ୍ରଛାତ୍ରୀ କୃତକାର୍ୟ୍ୟ ହୋଇଛନ୍ତି । ରାଜ୍ୟ ସ୍ବାସ୍ଥ୍ୟ ନିର୍ଦ୍ଦେଶକ ରାଜ୍ୟରେ ଥିବା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଗୁଡିକରେ ଥିବା ଖାଲି ପଦ ସଂପର୍କରେ ସୂଚୀତ କରିଛନ୍ତି । ନୂଆ କରି ନିଯୁକ୍ତି ପାଇବାକୁ ଥିବା ଡାକ୍ତରୀ ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରୁ ୮୧ଟି ପଦବୀରୁ ଅନୁସୂଚୀତ ଜାତି ପାଇଁ ୪୭ ଟି ଓ ଅନୁସୂଚୀତ ଜନଜାତି ପାଇଁ ୩୪ ଟି ପଦବୀ ସଂରକ୍ଷିତ ।ଓପିଏସସି ଦ୍ବାରା ପ୍ରାର୍ଥୀ କୃତକାର୍ୟ୍ୟ ହୋଇସାରିବା ପରେ ସାଧାରଣ ପ୍ରଶାସନ ବିଭାଗର ନିୟମ ଅନୁସାରେ ପ୍ରାର୍ଥୀ ମାନେ ଇ-କାଉନସେଲିଂରେ ଯୋଗ ଦେଇଥିଲେ । ଏହି ଅଧାରରେ ମେଡିକାଲ ଅଫିସର ମାନଙ୍କୁ ନିଯୁକ୍ତି ଦିଆଯିବ । ସଂପୃକ୍ତ ପ୍ରାର୍ଥୀଙ୍କୁ ନିଯୁକ୍ତି ପତ୍ର ପ୍ରଦାନ କରିବା ପାଇଁ ମୁଖ୍ୟମନ୍ତ୍ରୀ ଅନୁମୋଦନ କରିଛନ୍ତି । ଏହା ଫଳରେ ରାଜ୍ୟରେ ଖାଲି ପଡିଥିବା ଡାକ୍ତର ପଦବୀ ପୂରଣ ହେବା ସହ ରୋଗୀ ସେବା କ୍ଷେତ୍ରରେ ଉନ୍ନତି ଆସିପାରିବ ।

Show More
Back to top button