

ସତ୍ୟଶିଖା(ଭୁବନେଶ୍ୱର) ୦୧.୦୭.୨୦୨୧: ଭୁବନେଶ୍ୱର: ରାଜ୍ୟ ସରକାର ଓଏଏସ ଅଫିସର ସ୍ତରରେ ଏକ ଅଦଳବଦଳ କରିଛନ୍ତି । ୮ ଜଣ ବରିଷ୍ଠ ଓଏଏସ ଅଫିସରଙ୍କର ବଦଳି ହୋଇଛି । ବରଗଡ଼ ଜିଲ୍ଲାପାଳ ଜ୍ୟୋତିରଞ୍ଜନ ପ୍ରଧାନଙ୍କୁ ଇଏସଆଇ ନିଦେ୍ର୍ଧଶକ, ରାଜସ୍ୱ ପର୍ଷଦର ଅତିରିକ୍ତ ସଚିବ ନିହାର ରଞ୍ଜନ ଦାଶଙ୍କୁ ଜମିଜମା ରେକର୍ଡ ଓ ବନେ୍ଦାବସ୍ତ ଅତିରିକ୍ତ କମିଶନର, ପଶ୍ଚିମ ଓଡ଼ିଶା ବିକାଶ ପରିଷଦର ସିଇଓ ପ୍ରମୋଦ କୁମାର ମିଶ୍ରଙ୍କୁ ଅବକାରୀ ବିଭାଗର ଅତିରିକ୍ତ ସଚିବ, ମୟୂରଭଞ୍ଜ ଡିଆର୍ଡିଏ ପ୍ରକଳ୍ପ ନିଦେ୍ର୍ଧଶକ ଭବେଶ କୁମାର ନାୟକଙ୍କୁ ବାଲେଶ୍ୱରର ଅତିରିକ୍ତ ଜିଲ୍ଲାପାଳ, ପାଟଣାଗଡ ଉପଜିଲ୍ଲାପାଳ ସୋମନାଥ ପ୍ରଧାନଙ୍କୁ ରାୟଗଡ଼ାର ଅତିରିକ୍ତ ଜିଲ୍ଲାପାଳ, କୁଚିଣ୍ଡାର ତହସିଲଦାର ନିଶି ପୁନମ ମିଞ୍ଜଙ୍କୁ ସୁବର୍ଣ୍ଣପୁରର ଅତିରିକ୍ତ ଜିଲ୍ଲାପାଳ, ନବରଙ୍ଗପୁରର ଉପଜିଲ୍ଲାପାଳ ଭାସ୍କର ରାଇତୋଙ୍କୁ ନବରଙ୍ଗପୁରର ଅତିରିକ୍ତ ଜିଲ୍ଲାପାଳ ଓ କୁଚିଣ୍ଡାର ଉପଜିଲ୍ଲାପାଳ ପବିତ୍ର ବେହେରାଙ୍କୁ ରେଢ଼ାଖୋଲର ଉପଜିଲ୍ଲାପାଳ ଭାବେ ନିଯୁକ୍ତି ଦିଆଯାଇଛି । ସାଧାରଣ ପ୍ରଶାସନ