ସତ୍ୟଶିଖା( ସମ୍ବଲପୁର )୧୫ .୦୮. ୨୦୨୨: ବନ୍ଦ ହେଲା ହୀରାକୁଦର ଜଳଭଣ୍ଡାରର ୮ଟି ଗେଟ୍ । ବର୍ତ୍ତମାନ ୨୬ଟି ଗେଟ୍ ଦେଇ ବନ୍ୟାଜଳ ନିଷ୍କାସନ ହେଉଛି । ବାମ ପାର୍ଶ୍ୱରେ ୧୮ଟି ଏବଂ ଡାହାଣ ପାଶ୍ୱରେ ୮ଟି ଗେଟ୍ ଦେଇ ବାହାରୁଛି ବନ୍ୟାଜଳ ।
ଖବର ଅନୁଯାୟୀ, ଉପରମୁଣ୍ଡରେ ପ୍ରବଳ ବର୍ଷା ଲାଗି ହୀରାକୁଦ ଜଳଭଣ୍ଡାରରେ ଜଳସ୍ତର ବଢିବାରେ ଲାଗିଥିଲା । ପରେ ଜଳଭଣ୍ଡାରରେ ପର୍ଯ୍ୟାୟ କ୍ରମେ ୩୪ଟି ଗେଟ୍ ଖୋଲାଯାଇଥିଲା । ଯାହାଫଳରେ ତଳିଆ ଅଞ୍ଚଳରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲା । ଖାସ୍ କରି ମହାନଦୀରେ ମଧ୍ୟ ଜଳସ୍ତର ବଢିବାରେ ଲାଗିଛି । ଆଉ ଏବେ ହୀରାକୁଦ ଜଳଭଣ୍ଡାରରେ ଜଳସ୍ତର କମିଛି । ଯାହାକୁ ଦୃଷ୍ଟିରେ ରଖି ୮ଟି ଗେଟ୍ ବନ୍ଦ କରାଯାଇଛି । ମୋଟ ୨୬ଟି ଗେଟ୍ ଦେଇ ଜଳ ନିଷ୍କାସନ ଜାରି ରହିଛି ।
ତେବେ ହୀରାକୁଦରେ ଗେଟ୍ ବନ୍ଦ ହେବା ପରେ ତଳିଆ ଅଞ୍ଚଳବାସୀ ଆଶ୍ୱସ୍ତି ଲାଭ କରୁଥିବେ । ମହାନଦୀରେ ବନ୍ୟା ନେଇ ଯେଉଁ ଆଶଙ୍କା ବଢିଥିଲେ । ସେଥିରେ କିଛି ସମୟ ପାଇଁ ବିରାମ ଲାଗିଥିବା ଅନୁମାନ କରାଯାଉଛି ।