

ସତ୍ୟଶିଖା(ଭୁବନେଶ୍ୱର )୮.୦୯ .୨୦୨୧: ରାଜ୍ୟରେ ୨୪ ଘଣ୍ଟାରେ ୭୬୨ ନୂଆ ପଜିଟିଭ । ଏଥିରେ କ୍ବାରେଣ୍ଟାଇନରୁ ୪୪୩ ଓ ଲୋକାଲ କେସ୍ ରହିଛି ୩୧୯ । ଖୋର୍ଦ୍ଧାରୁ ସର୍ବାଧିକ ୩୧୪ ଆକ୍ରାନ୍ତ ରହିଥିବା ବେଳେ କଟକରୁ ୧୧୯ ଜଣ ସଙ୍କ୍ରମିତ ହୋଇଛନ୍ତି ।
ସେହିପରି ୧୮ ବର୍ଷରୁ କମ୍ ଆକ୍ରାନ୍ତଙ୍କ ସଂଖ୍ୟା ରହିଛି ୧୦୨। ଯାହା ଚିନ୍ତା ବଢ଼ାଇଛି । ଏବେ ବି ୪ଟି ଜିଲ୍ଲା ଚିନ୍ତା ବଢ଼ାଉଛି । ୪ଟି ଜିଲ୍ଲାରୁ ୭୦ ପ୍ରତିଶତ ପଜିଟିଭ ଚିହ୍ନଟ ହୋଇଛନ୍ତି । ବର୍ତ୍ତମାନ ସୁଦ୍ଧା ୫ ଜଣ ଶିଶୁ ICUରେ ଚିକିତ୍ସିତ ହେଉଥିବା ବେଳେ ୨୪ ଜଣ ଜେନେରାଲ ବେଡ଼ରେ ଚିକିତ୍ସିତ ହେଉଛନ୍ତି।
ସେପଟେ ଆଜି ଆଉ ୮ ଜଣଙ୍କ ଜୀବନ ନେଇଛି ମହାମାରୀ। ଖୋର୍ଦ୍ଧା, ଢେଙ୍କାନାଳରୁ ୨ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନୁଗୁଳ, ବାଲେଶ୍ବର, କେନ୍ଦୁଝର ଓ କୋରାପୁଟରୁ ଜଣେ ଲୋଖାଏଁ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି ।