ସତ୍ୟଶିଖା : ୨୨/୦୨/୨୦୨୫ : କଟକରେ ଆରମ୍ଭ ହେଲା ୭୩ ତମ ରାଜ୍ୟ ପୋଲିସ ଆଥ୍ଲେଟିକ୍ ମିଟ୍ । ୪ ବର୍ଷ ବ୍ୟବଧାନରେ ଏହି ଷ୍ଟେଟ୍ ମିଟର ଆୟୋଜନ ହୋଇଛି । ଶୁଭାରମ୍ଭ କଲେ ଗୁଇନ୍ଦା ନିର୍ଦ୍ଦେଶକ ଆର୍. ପି କୋଚେ ।
୪ ବର୍ଷର ବ୍ୟବଧାନ ପରେ ପୁଣି ଆରମ୍ଭ ହୋଇଛି ରାଜ୍ୟ ପୋଲିସ ଆଥଲେଟିକ ମିଟ୍ । କଟକର ପୋଲିସ ଗ୍ରାଉଣ୍ଡରେ ଶନିବାରଠୁ ଆରମ୍ଭ ହୋଇଛି ରାଜ୍ୟ ପୋଲିସ ଆଥ୍ଲେଟିକ୍ ମିଟ୍। ଯେଉଁଥିରେ ୭ ଶହରୁ ଅଧିକ ପୋଲିସ କର୍ମଚାରୀ ଭାଗ ନେଇଛନ୍ତି । ଏହାବ୍ୟତୀତ ରାଜ୍ୟ ପୋଲିସ ବିଭାଗର ବରିଷ୍ଠ ଅଧିକାରୀମାନେ ବି ଯୋଗ ଦେଇଛନ୍ତି । ବିଭିନ୍ନ ବର୍ଗରେ କୃତ୍ତି ଆଥଲେଟମାନଙ୍କୁ ପ୍ରଦର୍ଶନ ଭିତିରେ ପୁରସ୍କାର ପ୍ରଦାନ କରାଯିବ ।