ନ୍ୟୁଜ୍ରାଜ୍ୟଶିକ୍ଷା

ଡାକ୍ତରୀ ନାମଲେଖା ପଞ୍ଜୀକରଣ ଆରମ୍ଭ

ସତ୍ୟଶିଖା(ଭୁବନେଶ୍ୱର ) ୧୨.୦୧.୨୦୨୨ :  ରାଜ୍ୟର ସମସ୍ତ ସରକାରୀ ଭେଷଜ ମହାବିଦ୍ୟାଳୟ ଏବଂ ଘରୋଇ ହାଇଟେକ ଭୁବନେଶ୍ୱର ଓ ରାଉରକେଲା ଭେଷଜ ମହାବିଦ୍ୟାଳୟରେ ଏମବିବିଏସ ଏବଂ ବିଡିଏସ ପାଠ୍ୟକ୍ରମରେ ନାମଲେଖାଇବା ପାଇଁ ଆଜିଠାରୁ ସଞ୍ଚାର (ଅନଲାଇନ) ମାଧ୍ୟମରେ ପଞ୍ଜୀକରଣ ଆରମ୍ଭ ହେବ । ଏ ନେଇ ଓଡ଼ିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା (ଓଜେଇଇ) ପକ୍ଷରୁ ଏକ ବିଜ୍ଞପ୍ତି ପ୍ରକାଶ ପାଇଛି ।

ନିଟ ର୍ୟାଙ୍କ ପାଇଥିବା ଛାତ୍ରଛାତ୍ରୀ ଡାକ୍ତରୀ ପାଠ ଏମବିବିଏସ ଓ ବିଡିଏସରେ ନାମଲେଖାଇବା ପାଇଁ ଓଜେଇଇ ୱେବସାଇଟ (ଙ୍ଗଙ୍ଗଙ୍ଗ.କ୍ଟହରର.ଦ୍ଭସମ.ସଦ୍ଭ/ଙ୍ଗଙ୍ଗଙ୍ଗ.କ୍ଟୟସଗ୍ଦଷବହରର.ମକ୍ଟଜ୍ଞ) କୁ ଲଗଇନ କରି ନାମ ପଞ୍ଜୀକରଣ କରିପାରିବେ । ପଞ୍ଜୀକରଣ ବୁଧବାର ମଧ୍ୟାହ୍ନରୁ ଆରମ୍ଭ ହୋଇ ୧୮ ତାରିଖ ରାତି ୧୧.୫୯ ମିନିଟ ପର୍ଯ୍ୟନ୍ତ ଚାଲିବ । ୧୯ ତାରିଖ ପର୍ଯ୍ୟନ୍ତ ସଞ୍ଚାର ମା୍ମମରେ ପ୍ରମାଣପତ୍ର ଯାଞ୍ଚ କରାଯିବ ।

Show More
Back to top button