ଖାଦ୍ୟଜୀବନମନ୍ତ୍ରଦେଶବିଦେଶସ୍ପେଶାଲ୍ ରିପୋର୍ଟ

ଜଳଖିଆ ପାଇଁ ୭୦ ହଜାର ଟଙ୍କା !

ସତ୍ୟଶିଖା ୧୫/୦୧/୨୦୨୧ : ବ୍ୟବସାୟୀଙ୍କ ବୁଦ୍ଧି ପ୍ରଶଂସାଯୋଗ୍ୟ, ପାଠକେ ଖବର ସଂଲଗ୍ନ ଫଟୋକୁ ଦେଖିଲେ ଏହାର ତାତ୍ପର୍ଯ୍ୟ ବୁଝିପାରିବେ । ଏହି ସ୍ଥାନଟି ହେଉଛି ଥାଇଲାଣ୍ଡର ସୋନେଭାସ୍ଥିତ କୋ-କୁଡ୍ ରେସ୍ତୋରାଁର, ରିସୋର୍ଟ ସଂଲଗ୍ନ ଏଇ ରେସ୍ତୋରାଁ ଗ୍ରାହକଙ୍କ ମୁଖ୍ୟ ଆକର୍ଷଣ । ବିଶାଳ ଗଛର ଡାଳରେ ପାହାଚ ରହିବା ସହିତ ଚଢ଼େଇ ବସା ପରି ରେସ୍ତୋରାଁକୁ ରୂପ ଦିଆଯାଇଛି । ଏହି ସ୍ଥାନକୁ ‘ନେଷ୍ଟ ଇଟିଙ୍ଗ୍’ ଭାବେ ଜଣାଯିବା ସହ ଗ୍ରାହକ ବର୍ଷ ସାରା ଏଠାରେ ସକାଳ ଜଳଖିଆ କରିବାକୁ ଅନ୍-ଲାଇନ୍ ବୁକିଂରେ ଭିଡ଼ ଲଗାଇଥାନ୍ତି । ଦ୍ଵିପହର କିମ୍ବା ରାତିବେଳା ସରୀସୃପଙ୍କ ଚଳପ୍ରଚଳକୁ ଦୃଷ୍ଟିରେ ରଖି ଏଇ ନେଷ୍ଟ ରେସ୍ତୋରାଁକୁ ବନ୍ଦ ରଖାଯାଏ, ପ୍ରତିଦିନ ସକାଳେ କିନ୍ତୁ ଜଳଖିଆ ପାଇଁ ଗ୍ରାହକଙ୍କ ଭିଡ଼ ଏଠି ଜମେ । ପାଠକ ଜାଣି ଆଶ୍ଚର୍ଯ୍ୟ ହେବେ, ଏଇ ପକ୍ଷୀ ବସାରେ ଜଳଖିଆ କରିବାକୁ ହେଲେ ୬୦ହଜାର ଟଙ୍କା ଅଗ୍ରୀମ ପଇଠ କରିବାକୁ ପଡ଼େ । ତହିଁ ଆରଦିନ ସକାଳୁ ଗ୍ରାହକଙ୍କ ପାଇଁ ସୁବନ୍ଦୋବସ୍ତ କରାଯାଏ, ସମସ୍ତ ପ୍ରକାରର ଦେଶୀ ଥାଇଲାଣ୍ଡ ବ୍ୟଞ୍ଜନ ହିଁ ସେଠାରେ ପରଷାଯାଏ । କେବଳ ଚାରିପାଖର ପ୍ରାକୃତିକ ସୌନ୍ଦର୍ଯ୍ୟ ତଥା ନିଆରା ଅନୁଭୂତି ପାଇଁ ଗ୍ରାହକଙ୍କ ନିକଟର ୬୦ହଜାର ପାଉଣା ନିଆଯାଏ, ଗ୍ରାହକମାନେ ମଧ୍ୟ ବିନା ଦ୍ଵିଧାରେ ଥରୁଟିଏ ଜଳଖିଆ କରିବାକୁ ୬୦ହଜାର ଟଙ୍କା ଦେବାରେ ଆଦୌ କାର୍ପଣ୍ୟତା କରିନଥାନ୍ତି ।

Show More
Back to top button