7 ମୁଖ୍ୟମନ୍ତ୍ରୀଙ୍କ ସହ ସୋନିଆ ଗାନ୍ଧୀଙ୍କ ବୈଠକ l


ସତ୍ୟଶିଖା ( ନୂଆଦିଲ୍ଲୀ ) ୨୬ . ୦୮.୨୦୨୦ : କଂଗ୍ରେସର ଅନ୍ତରିମ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ଆଜି କେନ୍ଦ୍ର ବାକି ରଖିଥିବା ରାଜ୍ୟମାନଙ୍କ ବକେୟା ଜିଏସଟି ଏବଂ NEET-JEE ପରୀକ୍ଷାକୁ ନେଇ ଏକ ବୈଠକ ଡାକିଛନ୍ତି । ଏହି ବୈଠକରେ କଂଗ୍ରେସ ଶାସିତ ରାଜ୍ୟ ଗୁଡ଼ିକର ମୁଖ୍ୟମନ୍ତ୍ରୀଙ୍କ ବ୍ୟତୀତ କଂଗ୍ରେସ ସମର୍ଥିତ ସରକାରଙ୍କ ମୁଖ୍ୟମନ୍ତ୍ରୀ ଏବଂ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ମଧ୍ୟ ସାମିଲ ଅଛନ୍ତି । ଭିଡିଓ କନଫରେନ୍ସିଂ ମାଧ୍ୟମରେ ଏହି ସଭା ଆୟୋଜନ କରାଯାଇଛି । ଏହି ବୈଠକରେ ସୋନିଆ ଗାନ୍ଧୀ ପ୍ରଥମେ ଜିଏସଟି ପ୍ରସଙ୍ଗ ଉଠାଇଛନ୍ତି । ତାଙ୍କ ପରେ ମମତା ବାନାର୍ଜୀ କହିଛନ୍ତି ଯେ, ବର୍ତ୍ତମାନ ସ୍ଥିତିରେ ଏନଇଇଟି ଏବଂ ଜେଇଇ ପରୀକ୍ଷା କରିବା ସୁରକ୍ଷିତ ନୁହେଁ ତେଣୁ ଏଭଳି ସମୟରେ ଯଦି କେନ୍ଦ୍ର ସରକାର ପରୀକ୍ଷା କରିବାକୁ ଚେଷ୍ଟା କରନ୍ତି ତେବେ ସମସ୍ତ ରାଜ୍ୟ ସରକାର ମିଶି ସୁପ୍ରିମକୋର୍ଟରେ ପରୀକ୍ଷା ଟାଳିବା ପାଇଁ ଆବେଦନ କରିବା ଉଚିତ୍ ।
ବୁଧବାର ଅନୁଷ୍ଠିତ ଏହି ବୈଠକରେ ସୋନିଆ ଗାନ୍ଧୀ ପ୍ରଥମେ ଜିଏସଟି ପ୍ରସଙ୍ଗ ଉଠାଇଥିଲେ । ସେ କହିଛନ୍ତି ଯେ ରାଜ୍ୟ ସରକାରଙ୍କୁ ଜିଏସଟି ଠିକ୍ ସମୟରେ ପ୍ରଦାନ କରାଯିବା ଉଚିତ । ଜିଏସଟି ଟଙ୍କା ଏକ ବଡ ପ୍ରସଙ୍ଗ ଏବଂ ଦେୟ ନଦେବା କାରଣରୁ ରାଜ୍ୟ ସରକାରଙ୍କ ଆର୍ଥିକ ସ୍ଥିତି ପ୍ରଭାବିତ ହେଉଛି । ଏହି ବୈଠକରେ ରାଜସ୍ଥାନ ସିଏମ ଅଶୋକ ଗେହଲୋଟ, ଛତିଶଗଡ ସିଏମ ଭୁପେଶ ସିଂ ବଘେଲ, ପଞ୍ଜାବର ସିଏମ କ୍ୟାପଟେନ ଅମରିନ୍ଦର ସିଂ, ପୁଡୁଚେରୀ ସିଏମ ନାରାୟଣସାମୀ, ମହାରାଷ୍ଟ୍ର ସିଏମ ଉଧବ ଠାକରେ, ଝାଡଖଣ୍ଡର ସିଏମ ହେମନ୍ତ ସୋରେନ ଏବଂ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଯୋଗ ଦେଇଛନ୍ତି ।