ଦୁର୍ଘଟଣାଦେଶନ୍ୟୁଜ୍ବିଦେଶ

ଜାପାନରେ ୭.୩ ତୀବ୍ରତାର ଭୂମିକମ୍ପ: ସୁନାମୀ ଆଲର୍ଟ ଜାରି

ସତ୍ୟଶିଖା( ଭୁଟୋକିଓ  )୧୭ .୦୩.୨୦୨୨ :   ଜାପାନ୍‌ରେ ସୋମବାର ରାତି ୧୧.୩୬ ମିନିଟ୍‌ରେ ଭୟଙ୍କର ଭୂମିକମ୍ପ ଆସିଛି । ଏହାର ତୀବ୍ରତା ୭.୩ ରହିଛି । ଭୂମିକମ୍ପର ପ୍ରଭାବ ଜାପାନ ରାଜଧାନୀ ଟୋକିଓ ସମେତ ଅନ୍ୟାନ୍ୟ ସହରରେ ଅନୁଭୂତ ହୋଇଛି । ଭୂକମ୍ପର କେନ୍ଦ୍ରସ୍ଥଳ ଫୁକୁଶିମା ଅଞ୍ଚଳର ୬୦ କିମି ଗଭୀରତାରେ ଦେଖାଯାଇଛି । ଦେଶର ପୂର୍ବୋତ୍ତର ଅଞ୍ଚଳରେ ସୁନାମୀ ଆଲର୍ଟ ଜାରି କରିଦିଆଯାଇଛି । ସ୍ଥିତି ଉପରେ କଡ଼ା ନଜର ରଖାଯାଇଛି ବୋଲି ଜାପାନ୍ ମେଟ୍ରୋଲୋଜିକାଲ୍ ବିଭାଗ ବିବୃତି ଜାରି କରି ସୂଚନା ଦେଇଛି । ଏଥିସହିତ ରାଜଧାନୀ ଟୋକିଓରେ ଭାଗଦୌଡ଼ ଜାରିରହିଛି । ଭୂମିକମ୍ପ ପ୍ରଭାବରେ ସମୁଦ୍ରରେ ପାଖାପାଖି ୧ ମିଟର ଉଚ୍ଚତାର ଜୁଆର ଉଠିଛି । ଟୋକିଓ ସହରର ୭ ଲକ୍ଷ ଘର ସମେତ ସମ୍ପୂର୍ଣ୍ଣ ଜାପାନ୍‌ର ପାଖାପାଖି ୨୦ ଲକ୍ଷ ଲୋକଙ୍କ ଘରୁ ବିଜୁଳି ଗୁଲ୍ ହୋଇଯାଇଛି । କିଛି ଅଞ୍ଚଳରେ ସମ୍ଭାବ୍ୟ ବିପଦ ଆଶଙ୍କାରେ ବିଜୁଳି ସଂଯୋଗ ବିଚ୍ଛିନ୍ନ କରିଦିଆଯାଇଛି । ରାଜଧାନୀ ଟୋକିଓର ଅନେକ ଅଞ୍ଚଳରେ ବିଜୁଳି ନାହିଁ । ଫୁକୁଶିମାସ୍ଥିତ ନ୍ୟୁକ୍ଲିୟର୍ ପାୱାର୍ ପ୍ଲାଣ୍ଟ୍ ଉପରେ କଡ଼ା ନଜର ରଖାଯାଇଛି ବୋଲି ଜାପାନ ସରକାର ସୂଚନା ଦେଇଛନ୍ତି । ସୂଚନା ଅନୁସାରେ ଭାରତର ଲଦ୍ଦାଖ ଅଞ୍ଚଳରେ କିଛି ସମୟ ପୂର୍ବରୁ ୫.୨ ତୀବ୍ରତାର ଭୂମିକମ୍ପ ଅନୁଭୂତ ହୋଇଛି ।

Show More
Back to top button