୬୨୬ ଫୁଟ୍ ଟପିଲା ହୀରାକୁଦ

ସତ୍ୟଶିଖା( ସମ୍ବଲପୁର  )୧୬.୦୮ . ୨୦୨୨: ଫୁଲୁଛି ହୀରାକୁୁଦ ଡ୍ୟାମ । ୬୨୬ ଫୁଟ ଟପିଲା ଜଳସ୍ତର । ଦିନ ୧୨ ଟା ସୁଦ୍ଧା ହୀରାକୁଦ ଜଳସ୍ତର ୬୨୬ .୦୮ ଫୁଟ୍ । ଡ୍ୟାମକୁ ପ୍ରବେଶ କରୁଛି ୭ ଲକ୍ଷ ୮୮ ହଜାର ୬୫୨ କ୍ୟୁସେକ ଜଳ । ଡ୍ୟାମରୁ ନିଷ୍କାସିତ ହେଉଛି ୪ ଲକ୍ଷ ୪୫ ହଜାର ୫୮୯ କ୍ୟୁସେକ । ବର୍ତ୍ତମାନ ୧୬ ଟି ଗେଟ ଦେଇ ଜଳ ନିଷ୍କାସନ କରାଯାଉଛି । ହୀରାକୁଦ ଡ୍ୟାମର ସର୍ବାଧିକ ଜଳଧାରଣ କ୍ଷମତା ୬୩୦ ଫୁଟ ।

ଗତକାଲି ୩୪ଟି ଗେଟ୍ ଦେଇ ବନ୍ୟା ଜଳ ନିଷ୍କାସିତ ହେଉଥିବା ବେଳେ ବନ୍ୟା ସମୀକ୍ଷା ବୈଠକ ପରେ ୮ଟି ଗେଟ୍ ବନ୍ଦ କରିବାକୁ ନିଷ୍ପତ୍ତି ନିଆଯାଇଥିଲା। ସେପଟେ ଆସନ୍ତା ୩ ଘଣ୍ଟା ମଧ୍ୟରେ ପିକ୍ ଛୁଇଁବ ବନ୍ୟା ।  ତେଣୁ ଏହି ୩ ଘଣ୍ଟା ଆମ ପାଇଁ ବେଶ୍ ଗୁରୁତ୍ୱପୂର୍ଣ୍ଣ ବୋଲି ଜଳ ସମ୍ପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ ସୂଚନା ଦେଇଛନ୍ତି। କଟକ ମୁଣ୍ଡଳିରେ ମହାନଦୀ ବିପଦ ସଙ୍କେତ ଟପିଛି। ମୁଣ୍ଡଳିରେ ମହାନଦୀ ବିପଦ ସଙ୍କେତ ୯୭.୨୫ ଫୁଟ୍ ଥିବା ବେଳେ ଏବେ ଜଳସ୍ତର ୯୭.୩୦ ଫୁଟ୍ ରହିଛି। ମୁଣ୍ଡଳିରେ ୧୧ ଲକ୍ଷ ୬୦ ହଜାର ୯୦୦ କ୍ୟୁସେକ୍‌ ଜଳ ପ୍ରବାହିତ ହେଉଛି।

Exit mobile version