

ସତ୍ୟଶିଖା( ସମ୍ବଲପୁର )୧୮.୦୮ . ୨୦୨୨: ବନ୍ୟା ସ୍ଥିତି ନେଇ ଏସଆରସି ପ୍ରଦୀପ ଜେନାଙ୍କ ସୂଚନା । ଏବେ ହୀରାକୁଦକୁ ୪ ଲକ୍ଷ ୪୦ ହଜାର କ୍ୟୁସେକ ଜଳ ପଶୁଛି ।ହୀରାକୁଦରୁ ୬ ଲକ୍ଷ ୭୪ ହଜାର କ୍ୟୁସେକ ଜଳ ବାହାରୁଛି । ଜଳସ୍ତର ୬୨୪.୪୩ ଫୁଟ ଅଛି , ୬୨ କୁ ଖସାଇବାକୁ ଉଦ୍ୟମ । ଆଜି ଅପରାହ୍ନ ୩ଟା ସୁଦ୍ଧା ୬୨୪ ଫଉଟ ତଳକୁ ଆସିଯିବ । କାଲି ସଂଧ୍ୟା ସୁଦ୍ଧା ୬୨୨ ଫଉଟ ତଳକୁ ଆଣିବାକୁ ଚେଷ୍ଟା । ଆଜି ୩ ଟା ପରେ ସମୀକ୍ଷା କରି କିଛି ଗେଟ ବନ୍ଦ କରାଯାଇ ପାରେ । ୬ଟି ଗେଟ୍ ବନ୍ଦ ହେବ କହିଲେ ଜଳସଂପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ ।