ରାଜ୍ୟରେ ଚିହ୍ନଟ ହେଲେ ୫,୯୦୧ ପଜିଟିଭ୍

ସତ୍ୟଶିଖା(ଭୁବନେଶ୍ୱର ) ୨୭.୦୧.୨୦୨୨ : ଗତ ୨୪ ଘଣ୍ଟାରେ ରାଜ୍ୟରେ ୫,୯୦୧ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ନୂତନ ଭାବେ ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରେ ୧୮ ବର୍ଷରୁ କମ୍ ବର୍ଗର ୭୩୯ ଜଣ ଅଛନ୍ତି। ସେହିପରି ୩,୪୧୯ଜଣ କ୍ୱାରେଣ୍ଟାଇନ୍‌ରୁ ଚିହ୍ନଟ ହୋଇଥିବା ବେଳେ ୨,୪୮୨ଟି ହେଉଛି ଲୋକାଲ୍ କେସ୍‌।

ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୧,୪୩୦ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସୁନ୍ଦରଗଡରୁ  ୫୪୫, କଟକରୁ ୪୦୨, ବାଲେଶ୍ୱରରୁ ୩୦୦,ଷ୍ଟେଟ୍ ପୁଲ୍‌ରୁ ୨୯୧, ଯାଜପୁରରୁ ୧୯୧, ନୂଆପଡ଼ାରୁ ୧୮୯, ବଲାଙ୍ଗିରରୁ ୧୮୪, ନୟାଗଡ଼ରୁ ୧୮୦, କଳହାଣ୍ଡିରୁ ୧୬୮, ମୟୂରଭଞ୍ଜରୁ ୧୪୯, କେନ୍ଦ୍ରାପଡ଼ାରୁ ୧୪୪ ଓ ସମ୍ବଲପୁରରୁ ୧୩୮ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।ଏହାବାଦ ଅନୁଗୋଳରୁ ୯୩, ବରଗଡ଼ରୁ ୧୦୨, ଭଦ୍ରକ ୯୬,  ବୌଦ୍ଧ ୭୮, ଦେବଗଡ଼ ୮୯,ଢେଙ୍କାନାଳ ୭୩, ଗଜପତି ୬୯, ଗଞ୍ଜାମ ୯୫, ଜଗତସିଂହପୁର ୮୨, ଝାରସୁଗୁଡ଼ା ୬୩, କନ୍ଧମାଳ ୮୬, କେନ୍ଦୁଝର ୧୨୮, କୋରାପୁଟ ୬୪, ମାଲକାନଗିରି ୫୫, ନବରଙ୍ଗପୁର ୧୧୩, ପୁରୀ ୧୧୭, ରାୟଗଡ଼ା ୧୦୧ ଓ  ସୋନପୁର ୮୬ ଜଣ କୋରାନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୨ ଲକ୍ଷ ୩୧ ହଜାର ୧୬୯ ପହଞ୍ଚିଥିବା ବେଳେ ୧୧ ଲକ୍ଷ ୫୨,୨୩୯ ଜଣ ସୁସ୍ଥ ହୋଇସାରିଲେଣି। ଏବେ ରାଜ୍ୟରେ ୭୦ହଜାର ୩୨୭ ଆକ୍ରାନ୍ତ ଚିକିତ୍ସାଧୀନ ଅଛନ୍ତି। ସେହିପରି କରୋନା ମୃତ୍ୟୁ ସଂଖ୍ୟା ୮ ହଜାର ୫୫୦କୁ  ବୃଦ୍ଧି ପାଇଛି।

ରାଜ୍ୟରେ ଆଉ ୮ ଜଣ କରୋନା ସଂକ୍ରମିତଙ୍କ ମୃତ୍ୟୁ ଘଟିଛି।  ଅଡିଟ୍ ପ୍ରୋସେସରେ ଆଉ ୮ଜଣ ମୃତ୍ୟୁ ହୋଇଥିବା  ନେଇ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ସୁନ୍ଦରଗଡ଼ ଜିଲ୍ଲାରୁ ୩ ଜଣ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଥିବା ବେଳେ  ଖୋର୍ଦ୍ଧା, ବାଲେଶ୍ୱର ଓ କେନ୍ଦୁଝରରୁ ଜଣେ ଲେଖାଏଁ ଆକ୍ରାନ୍ତ ମୃତ୍ୟୁ  ଘଟିଛି। ଏହାସହ  ରାୟଗଡ଼ା ଓ କୋରାପୁଟ ଜିଲ୍ଲାରୁ ମଧ୍ୟ ଜଣେ ଲେଖାଏଁ  କରୋନା ରୋଗୀଙ୍କ ମୃତ୍ୟୁ ଘଟିଛି।

Exit mobile version