ଫିଙ୍ଗାଯିବ ୫୦ ନିୟୁତ କୋଭିଡ ଟିକା

ସତ୍ୟଶିଖା(ନୂଆଦିଲ୍ଲୀ )୦୭.୧୧.୨୦୨୨:  ବାୟୋଟେକ୍‌‌ ଦ୍ୱାରା ପ୍ରସ୍ତୁତ କୋଭିଡ-୧୯ ଟିକା କୋଭାକ୍ସିନ୍‌‌ର ପ୍ରାୟ ୫୦ ନିୟୁତ ପାନର ବ୍ୟବହାର ଅବଧି ଶେଷହେବାକୁ ଯାଉଛି । ଫଳରେ ସେଗୁଡିକ ୨୦୨୩ ଆଦ୍ୟ ଭାଗରେ ଫିଙ୍ଗାଯିବ । ସମ୍ପ୍ରତି ଦେଶରେ କୋଭିଡ ଟିକାର ଚାହିଦା ନଥିବାରୁ ଏଗୁଡିକ ନଷ୍ଟ ହେବ ବୋଲି କମ୍ପାନୀ ପକ୍ଷରୁ କୁହାଯାଇଛି । କମ୍ପାନୀ କହିଛି ଯେ ଏହି ଟିକାର ଚାହିଦା ନଥିବାରୁ ଏହାର ଉତ୍ପାଦନକୁ ଚଳିତ ବର୍ଷ ଆରମ୍ଭରୁ ବନ୍ଦ କରିବାକୁ ପଦକ୍ଷେପ ନିଆଯାଇଥିଲା । ଭାଏଲ୍‌‌ରେ ମହଜୁଦ ଥିବା ପ୍ରାୟ ୫୦ ନିୟୁତ ପାନର ଅବଧି ଆସନ୍ତାବର୍ଷ ଆରମ୍ଭରେ ଶେଷ ହୋଇଯିବ। ଫଳରେ ସେଗୁଡିକ ନଷ୍ଟ ହେବ ଏବଂ ଏହାଦ୍ୱାରା କମ୍ପାନୀ କ୍ଷତି ସହିବ। ଏପର୍ଯ୍ୟନ୍ତ ଦେଶରେ କୋଭାକ୍ସିନ ସମେତ ବୋଟ ୨୧୯.୭୧ କୋଟି ପାନ କୋଭିଡ ଟିକା ଦିଆଯାଇସାରିଛି। ଏହାର ସଂକ୍ରମଣ ହାର ବିଶ୍ୱସ୍ତରରେ ହ୍ରାସ ପାଉଥିବାରୁ କୋଭାକ୍ସିନ ରପ୍ତାନି ମଧ୍ୟ ପ୍ରଭାବିତ ହୋଇଛି।

Exit mobile version