ଶୁକ୍ରବାର ପାଇଁ ୫ଟି ସରଳ ଉପାୟ

ସତ୍ୟଶିଖା ୦୫/୦୨/୨୦୨୧ :  ଜ୍ୟୋତିଷ ଶାସ୍ତ୍ରରେ ଶୁକ୍ର ଦେବ ଅଥବା ଶୁକ୍ର ଗ୍ରହଙ୍କୁ ସୁଖସମୃଦ୍ଧିର କାରକ ବୋଲି କୁହାଯାଏ । ଶୁକ୍ରଗ୍ରହଙ୍କୁ ପ୍ରେମ ସମ୍ବନ୍ଧର କାରକ ବୋଲି ମଧ୍ୟ କୂୁହାଯାଏ । ଶୁକ୍ରଙ୍କ ଶୁଭଫଳ ପ୍ରାପ୍ତି ପାଇଁ ଶୁକ୍ରବାର ଖୁବ ଶୁଭ ଦିନ ବୋଲି ମାନ୍ୟତା ରହିଛି । ଶୁକ୍ରଙ୍କ କୃପାରୁ ସୁଖଶାନ୍ତି, ସମୃଦ୍ଧି, ବୈଭବ ଓ ଘରେ ଆର୍ଥିକ ଉନ୍ନତି ହୋଇଥାଏ । ତେବେ ଜାଣନ୍ତୁ ଶୁକ୍ରବାର ପାଇଁ କିଛି ସରଳ ଉପାୟ….
ଶୁକ୍ରବାର ଦିନ ପ୍ରାତଃ ସମୟରେ ଉଠି ସ୍ନାନ କରି ସ୍ୱଚ୍ଛ ବସ୍ତ୍ର ଧାରଣ କରି ମା’ଲକ୍ଷ୍ମୀଙ୍କୁ ପ୍ରଣାମ କରନ୍ତୁ । ମା’ଙ୍କ ନିକଟରେ ପ୍ରାର୍ଥନା କରନ୍ତୁ । ପଦ୍ମ ଫୁଲ ଅର୍ପଣ କରନ୍ତୁ ।
ଶୁକ୍ରବାର ଦିନ ଖିରି ପ୍ରସ୍ତୁତ କରି ସେଥିରେ କିଛି କେସର ପକାନ୍ତୁ । ଏହାପରେ ମା’ଲକ୍ଷ୍ମୀଙ୍କ ନିକଟରେ ଏହି ଖିରୀ ଭୋଗ କରନ୍ତୁ । ଆଉ କିଛି ଖିରୀକୁ ୩ଟି ଶିଶୁ କନ୍ୟାକୁ ଖାଇବାକୁ ଦିଅନ୍ତୁ । ଏହାସହ କିଛି ଦକ୍ଷିଣା ଓ ହଳଦିଆ ବସ୍ତ୍ର ମଧ୍ୟ ଦିଅନ୍ତୁ । ଏହା ଦ୍ୱାରା ମା’ଙ୍କ ଖୁବ କୃପା ମିଳିଥାଏ ।
ପତିପତ୍ନୀଙ୍କ ମଧ୍ୟରେ ଉତ୍ତମ ସମ୍ପର୍କ ପାଇଁ ଶୁକ୍ରବାର ଦିନ ପ୍ରେମୀ ପକ୍ଷୀଯୁଗଳଙ୍କ ସୋ ପିସ୍‍ ଆଣି ଶୟନ କକ୍ଷରେ ରଖନ୍ତୁ ।
ଶୁକ୍ରବାର ଦିନ ଧବଳ ବସ୍ତ୍ର,ଅତର (ପରଫ୍ୟୁମ) ଆଦି ଦାନ କରନ୍ତୁ । ଏହାଛଡା ନିଜେ ମଧ୍ୟ ପରଫ୍ୟୁମ ବ୍ୟବହାର କରନ୍ତୁ ।
ଜାତକରେ ଶୁକ୍ରଙ୍କ ଉତ୍ତମ ସ୍ଥିତି ପାଇଁ ଶୁକ୍ରବାର ଦିନ ଶୁକ୍ର ସ୍ତୋତ୍ର ପାଠ କରନ୍ତୁ । ଏହାଦ୍ୱାରା ଶୁକ୍ରଙ୍କ ଉତ୍ତମ ଓ ଶୁଭଫଳ ପ୍ରାପ୍ତି ହୋଇଥାଏ ।

Exit mobile version