ସତ୍ୟଶିଖା (ନୂଆଦିଲ୍ଲୀ) ୧୭/୧୨/୨୦୨୦ : ଚାରି ବର୍ଷର ବ୍ୟବଧାନ ପରେ କେନ୍ଦ୍ର ସରକାର ପୁଣି ଥରେ ସ୍ପେକ୍ଟ୍ରମ୍ ନିଲାମ କରିବେ । ଏଥର କେବଳ ୪ଜି ସ୍ପେକ୍ଟ୍ରମ ନିଲାମ କରାଯିବ । ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ୍ କମିଟି ବୈଠକରେ ଏହି ପ୍ରସ୍ତାବକୁ ମଞ୍ଜୁର କରାଯାଇଛି । ସରକାର ୨୦ ବର୍ଷ ଲାଗି ସ୍ପେକ୍ଟ୍ରମ୍ ଆବଣ୍ଟନ କରିବେ । ଫଳରେ ଟେଲିକମ୍ କଂପାନିଗୁଡ଼ିକ ଦୀର୍ଘମିଆଦୀ ଲକ୍ଷ୍ୟ ରଖି ନିଜର ଯୋଜନା ପ୍ରସ୍ତୁତ କରିପାରିବେ । ଆସନ୍ତା ମାର୍ଚ୍ଚରେ ଏହି ନିଲାମ ହେବ ବୋଲି ପୂର୍ବାନୁମାନ କରାଯାଉଛି । ସରକାର ୭୦୦,୮୦୦, ୯୦୦, ୧୮୦୦, ୨୧୦୦, ୨୩୦୦ ଓ ୨୫୦୦ ମେଗାହର୍ଚରେ ସ୍ପେକ୍ଟ୍ରମ୍ ନିଲାମ କରି ୩,୯୨,୩୩୨.୭୦ କୋଟି ଟଙ୍କା ପାଇବାକୁ ଲକ୍ଷ୍ୟ ରଖିଛନ୍ତି ।
ମାର୍ଚ୍ଚରେ ୪ଜି ସ୍ପେକ୍ଟ୍ରମ ନିଲାମ
