ବନ୍ୟାଞ୍ଚଳରେ ୪୭୫୦୦ ରୋଗୀଙ୍କୁ ଚିକିତ୍ସା ଯୋଗାଇ ଦିଆଯାଇଛି: ଜନସ୍ୱାସ୍ଥ୍ୟ ନିର୍ଦେଶକ

ସତ୍ୟଶିଖା( ଭୁବନେଶ୍ୱର)୨୫.୦୮ . ୨୦୨୨: ବନ୍ୟାଞ୍ଚଳରେ ସ୍ବାସ୍ଥ୍ୟସେବା ପ୍ରଦାନ ସଂପର୍କରେ ଜନସ୍ୱାସ୍ଥ୍ୟ ନିର୍ଦେଶକ ନିରଞ୍ଜନ ମିଶ୍ର ସୂଚନା ଦେଇଛନ୍ତି। ସେ କହିଛନ୍ତି, ବନ୍ୟାଞ୍ଚଳରେ ୩୫୦ ମେଡିକାଲ ରିଲିଫ ସେଣ୍ଟରରେ ଚିକିତ୍ସା ସୁବିଧା ମିଳୁଛି। ୧୨୦ ମୋବାଇଲ ମେଡିକାଲ ଟିମ କାମ କରୁଛନ୍ତି। ୪୭୫୦୦ ରୋଗୀଙ୍କୁ ଚିକିତ୍ସା ଯୋଗାଇ ଦିଆଯାଇଛି। ୧୦ ଲକ୍ଷ ହଲୋଜେନ ବଟିକା ବଣ୍ଟାଯିବା ସହ ୨ଲକ୍ଷରୁ ଅଧିକ ଓଆରଏସ ବଣ୍ଟା ଯାଇଛି। କିଛି ଡାଇରିଆ କେସ୍ ଅଛି। ହେଲେ ହଇଜା ହୋଇ ନାହିଁ। ୮୮ଟି ସାପ କାମୁଡା ରିପୋର୍ଟ ଅଛି। ହେଲେ ଏଥିରେ କୌଣସି ମୃତ୍ୟୁ ହୋଇନାହିଁ। ଡାଇରିଆ ଓ ଝାଡାଜନିତ ରୋଗ ସଂପର୍କୀତ ୯୦୦ଟି କେସ୍ ଅଛି। ୧୪ ବନ୍ୟା ପ୍ରପୀଡ଼ିତ ଜିଲ୍ଲା ଭିତରୁ କୋରାପୁଟ ଓ ରାୟଗଡ଼ାର ସ୍ଥିତି ଠିକ ଅଛି। ସେଠି ଠିକ୍ ଚିକିତ୍ସା ଚାଲିଛି। ଏବେ ସେଠାରେ କୌଣସି ଡାଇରିଆ ମୃତ୍ୟୁ ହୋଇ ନାହିଁ।

Exit mobile version