ଅପରାଧନ୍ୟୁଜ୍ରାଜ୍ୟ

୪୫ଗ୍ରାମର ବ୍ରାଉନସୁଗାର ଜବତ

ସତ୍ୟଶିଖା ୨୧/୦୧/୨୦୨୧ :  ପୁଣି ଧଳାଜହର ଜବତ । ଗଞ୍ଜାମ ଜିଲ୍ଲା ବ୍ରହ୍ମପୁର ଅବକାରୀ ବିଭାଗର ଗୁଇନ୍ଦା ଟିମ୍‌ ଦ୍ୱାରା ୪୫ଗ୍ରାମର ବ୍ରାଉନସୁଗାର ଜବତ ହୋଇଛି । ଜବତ ବ୍ରାଉନ୍‌ସୁଗାର ମୁଲ୍ୟ ପ୍ରାୟ ୪ଲକ୍ଷ ୫୦ହଜାର ଟଙ୍କା ହେବ ବୋଲି ଅନୁମାନ କରାଯାଉଛି । ଘଟଣାରେ ଜଣଙ୍କୁ ଗିରଫ କରାଯାଇଛି ।

ଖବର ଅନୁଯାୟୀ, ଜଣେ ଯୁବକ ପୁରୀରୁ ଗତକାଲି ବ୍ରାଉନ୍‌ସୁଗାର ଆଣିଥିଲେ । ଆଜି ଗ୍ରାହକକୁ ବିକ୍ରି କରିବାକୁ ବ୍ରହ୍ମପୁର ଏମ୍‌କେସିଜି ମେଡିକାଲ ପଡିଆରେ ଅପେକ୍ଷା କରିଥିଲେ । ଠିକ୍‌ ଏହି ସମୟରେ ଅବକାରୀ ବିଭାଗର ଗୁଇନ୍ଦା ଟିମ୍‌ ଆସି ଯୁବକଙ୍କୁ କାବୁ କରିଥିଲେ । ଯୁବକଙ୍କ ନିକଟରୁ ୪୫ଗ୍ରାମ ବ୍ରାଉନ୍‌ସୁଗାର ଜବତ ହୋଇଛି ।ଯାହାର ଆନୁମାନିକ ମୂଲ୍ୟ ପ୍ରାୟ ୪ଲକ୍ଷ ୫୦ହଜାର ଟଙ୍କା ହେବ ସୂଚନା ରହିଛି । ସେହିପରି ଗିରଫ ହୋଇଥିବା ଯୁବକ ଖଲ୍ଲିକୋଟ ବାଦପଲ୍ଲୀ ଗାଁର ମଦନମୋହନ ଶବର ବୋଲି ଜଣାପଡିଛି । ଯୁବକ ଜଣଙ୍କ ଆଙ୍କୁଲି ନଗର ଅଞ୍ଚଳରେ ରହୁଥିବାର ମଧ୍ୟ ସୂଚନା ରହିଛି ।

Show More
Back to top button