ଦେଶମନୋରଞ୍ଜନସିନେମା

‘ରାମ ସେତୁ’ ଚଳଚ୍ଚିତ୍ରର ୪୫ କଳାକାର କରୋନା ପଜିଟିଭ, ଶୁଟିଂ ବନ୍ଦ

ସତ୍ୟଶିଖା( ମୁମ୍ବଇ) ୦୫.୦୪.୨୦୨୧:  ଅଭିନେତା ଅକ୍ଷୟ କୁମାରଙ୍କ ଅଭିନୀତ ଚଳଚ୍ଚିତ୍ର ‘ରାମ ସେତୁ’ର ୪୫ କଳାକାର କରୋନା ଭୂତାଣୁରେ ସଂକ୍ରମିତ ହୋଇଛନ୍ତି। ଅକ୍ଷୟ କୁମାର କରୋନାରେ ଆକ୍ରାନ୍ତ ହେବା ପରେ ଅନ୍ୟ କଳାକାରଙ୍କ ପରୀକ୍ଷା ରିପୋର୍ଟ ମଧ୍ୟ ପଜିଟିଭ ଆସିଛି। ଫଳରେ ତୁରନ୍ତ ସଂକ୍ରମିତମାନଙ୍କୁ କ୍ବାରେଣ୍ଟାଇନରେ ରଖାଯାଇଥିବାବେଳେ ଚଳଚ୍ଚିତ୍ର ଶୁଟିଂ ବନ୍ଦ କରିଦିଆଯାଇଛି। ଫେଡେରେଶନ ଅଫ ୱେଷ୍ଟର୍ନ ଇଣ୍ଡିଆ ସିନେ ଏମ୍ପ୍ଲଇଜ (ଏଫଡବ୍ଲ୍ୟୁଆଇସିଇ)ର ସାଧାରଣ ସମ୍ପାଦକ ଅଶୋକ ଦୁବେ ଏ ସମ୍ପର୍କରେ ସୂଚନା ଦେଇଛନ୍ତି।

ଦୁବେ କହିଛନ୍ତି, ‘ରାମ ସେତୁ’ର ଶୁଟି ସମ୍ପୂର୍ଣ୍ଣ ସୁରକ୍ଷା ମଧ୍ୟରେ କରାଯାଉଥିଲା। ଏହା ସତ୍ବେ ୪୫ କଳାକାର କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି, ଯାହା ଅତ୍ୟନ୍ତ ଦୁଃଖଦ ଘଟଣା। ସେମାନଙ୍କୁ କ୍ବାରେଣ୍ଟାଇନରେ ରଖାଯାଇଛି। ବର୍ତ୍ତମାନ ଚଳଚ୍ଚିତ୍ରର ଶୁଟିଂ ବନ୍ଦ କରାଯାଇଛି।

ଦୁଇ ଦିନ ତଳେ ଅଭିନେତା ଅକ୍ଷୟ କୁମାର କରୋନାରେ ଆକ୍ରାନ୍ତ ହୋଇଥିବା ନେଇ ଟ୍ବିଟ୍‌ କରି ସୂଚନା ଦେଇଥିଲେ। ଏହା ପରେ ସେ ନିଜକୁ ନିଜ ଘରେ ଆଇସୋଲେଟ୍‌ କରି ରଖିଥିଲେ। କିନ୍ତୁ ସୋମବାର ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

Show More
Back to top button