ଦେଶରାଜ୍ୟସ୍ୱାସ୍ଥ୍ୟ

କୁମ୍ଭମେଳା ଫେରନ୍ତା ୧୩ ଯାତ୍ରୀ କରୋନା ପଜିଟିଭ୍

ସତ୍ୟଶିଖା(ଭୁବନେଶ୍ୱର) ୨୦.୦୪.୨୦୨୧: ରାଜ୍ୟରେ ପୁଣି ଥରେ କାୟା ମେଲାଇବାକୁ ଲାଗିଲାଣି କରୋନା । କରୋନାର ଦ୍ବିତୀୟ ଲହରରେ ଚିନ୍ତା ବଢାଇଲେଣି କୁମ୍ଭ ମେଳା ଫେରନ୍ତା । ତେବେ କୁମ୍ଭ ମେଳାରୁ କଟକକୁ ଫେରିଥିବା ୩୦ ଜଣଙ୍କ ମଧ୍ୟରୁ ୧୩ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି । କୁମ୍ଭ ମେଳା ଫେରନ୍ତା ପଜିଟିଭ ଚିହ୍ନଟ ପରେ ରେଳ ଯାତ୍ରୀଙ୍କ କରୋନା ରିପୋର୍ଟ ଯାଞ୍ଚ କଡାକଡି କରାଯାଇଛି । ମଙ୍ଗଳବାର ମଧ୍ୟ ୨ରୁ ୩ଟି ଟ୍ରେନରେ କୁମ୍ଭ ମେଳାରେ ସାମିଲ ହୋଇଥିବା ଲୋକେ ଫେରିବାର ସମ୍ଭାବନା ରହିଛି । ଏ ନେଇ ସିଏମସି କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି ।

ସୂଚନାଯୋଗ୍ୟ ଯେ, ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୩୭୭୪୬୪ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥି ମଧ୍ୟରୁ ୨୭୮୨୧ଟି ଆକ୍ଟିଭ୍‌ କେସ୍‌ ରହିଥିବା ବେଳେ ୩୪୭୬୩୭ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଏହାସହ କରୋନା ଯୋଗୁଁ ୧୯୫୩ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୫୩ ଜଣଙ୍କ ମୃତ୍ୟୁ ଅନ୍ୟ ରୋଗ ଯୋଗୁଁ ହୋଇଛି । ଏବେ ସୁଦ୍ଧା ରାଜ୍ୟରେ ୯୬୬୮୪୦୧ ସାମ୍ପୁଲ ଟେଷ୍ଟ୍ ହୋଇଛି ।

ଅନ୍ୟପଟେ କଟକ ବର୍ତ୍ତମାନ ସୁଦ୍ଧା ମୋଟ୍ ୩୧୩୧୮ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥି ମଧ୍ୟରୁ ୧୪୨୮ଟି ଆକ୍ଟିଭ୍‌ କେସ୍‌ ରହିଥିବା ବେଳେ ୨୯୭୪୪ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଏହାସହ କରୋନା ଯୋଗୁଁ ୧୪୨ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୪ ଜଣଙ୍କ ମୃତ୍ୟୁ ଅନ୍ୟ ରୋଗ ଯୋଗୁଁ ହୋଇଛି ।

Show More
Back to top button