ନ୍ୟୁଜ୍ରାଜ୍ୟ

ଅଫୁଟା ବାଣ ଫୁଟାଉଥିବାବେଳେ ଅଘଟଣ, ୪ ନାବାଳକ ଗୁରୁତର

ସତ୍ୟଶିଖା(ଖୋର୍ଦ୍ଧା) ୩୦.୧୨.୨୦୨୧:  ଖେଳ  ପଡିଆରେ ପଡିଥିବା ଅଫୁଟା ବାଣକୁ ଫୁଟାଉଥିଲେ ନାବାଳକ । ଘଟିଲା ଭୟଙ୍କର ବିସ୍ଫୋରଣ । ବିସ୍ଫୋରଣରେ ୪ ନାବାଳକ ଗୁରୁତର । ଆଜି(ଗୁରୁବାର) ଖୋର୍ଦ୍ଧା ଜିଲ୍ଲା ବାଘମାରି ଥାନା ଅନ୍ତର୍ଗତ ଗଁପୁର ଗାଁରେ ଏହି ଅଘଟଣ ଘଟିଛି । ସୂଚନା ଅନୁଯାୟୀ, ଗାଁରେ ଥିବା ଖେଳ ପଡିଆରେ କିଛି ଅଫୁଟା ବାଣ ପଡିଥିଲା । ୪ ଜଣ ନାବାଳକ ସେହି ବାଣକୁ ଫୁଟାଉଥିବା ସମୟରେ ବିସ୍ଫୋରଣ ଘଟିଥିଲା । ଏଥିରେ ଗୁରୁତର ୪ ନାବାଳକଙ୍କୁ ପ୍ରଥମ ଖୋର୍ଦ୍ଧା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । ପ୍ରାଥମିକ ଚିକିତ୍ସା ପରେ ଗୁରୁତରଙ୍କୁ ଭୁବନେଶ୍ବର ସ୍ଥାନାନ୍ତରିତ କରାଯାଇଛି ।

Show More
Back to top button