ରାଜ୍ୟସ୍ୱାସ୍ଥ୍ୟ

ରାଜ୍ୟରେ ଦିନକରେ ୪ ଲକ୍ଷ ଲୋକଙ୍କୁ ଟିକାକରଣ

ସତ୍ୟଶିଖା(ଭୁବନେଶ୍ୱର) ୦୬ .୦୭.୨୦୨୧:  ଦେଶ ସମେତ ରାଜ୍ୟରେ ଜାରି ରହିଛି ଟୀକାକରଣ ଅଭିଯାନ । ତେବେ ଓଡିଶାରେ ଗୋଟିଏ ଦିନରେ ପ୍ରାୟ ଚାରି ଲକ୍ଷ୍ୟ ଲୋକଙ୍କୁ ଟିକା ଦିଆଯାଇଥିବା ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ସେଥିପାଇଁ ଏଥିରେ ପ୍ରମୁଖ ଭୂମିକା ନିର୍ବାହ କରିଥିବା ସ୍ୱାସ୍ଥ୍ୟ ବିଭାଗ ଟିମ୍ ଓ ରାଜ୍ୟବାସୀଙ୍କୁ ସହଯୋଗ ପାଇଁ ଧନ୍ୟବାଦ ଜଣାଇଛି ସ୍ୱାସ୍ଥ୍ୟ ବିଭାଗ ।

ପୂର୍ବରୁ ଗତ ୨୧ ତାରିଖରେ ଦିନକରେ ସର୍ବାଧିକ ୩ଲକ୍ଷ ୩୨ହଜାର ୭୧୭ ଡୋଜ୍ ଟିକା ଦିଆଯାଇଥିଲା । ଗତକାଲି ପୂର୍ବ ରେକର୍ଡ ଭାଙ୍ଗିଛି । ମୋଟ୍ ୧୭ଶହ ୩୫ ସେଣ୍ଟରରେ ଲୋକଙ୍କୁ ଟିକା ଦିଆଯାଇଥିଲା । ଦୈନିକ ୩ ଲକ୍ଷ ଡୋଜ୍ ଟିକାକରଣ ଲକ୍ଷ ରଖିଛନ୍ତି ସରକାର । ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ୧କୋଟି ୨୪ଲକ୍ଷ ୯୧ହଜାର ୮୫୭ ଡୋଜ୍ ଟିକା ଦିଆଗଲାଣି ।

ଆଜି ରାଜ୍ୟରେ ୧୪ଶହ ୮୮ଟି କେନ୍ଦ୍ରରେ ଟିକାକରଣ ଚାଲିବ । ଏଥିପାଇଁ ୬ଲକ୍ଷ ୧୪ହଜାର ୪୦୦ ଡୋଜ୍ କୋଭାକ୍ସିନ୍ ଓ ୩ଲକ୍ଷ ୫୧ହଜାର ୨୬୦ ଡୋଜ୍ କୋଭିସିଲ୍ଡ ଟିକା ମହଜୁଦ ରହିଛି ।

Show More
Back to top button