ଦେଶ

କୋଭିଡ୍-୧୯ ବେଡ୍ କେଳେଙ୍କାରୀ: କେଜ୍ରିଓ୍ୱାଲଙ୍କ ଚେତାବନୀ

ନୂଆଦିଲ୍ଲୀ: କରୋନା ଆକ୍ରାନ୍ତଙ୍କ ଚିକିତ୍ସା ପାଇଁ ଆଉ ଚାଲିବନି ଦିଲ୍ଲୀରେ ଘରୋଇ ହସ୍ପିଟାଲର ମନମାନି। ବେଡ୍ ସଂଖ୍ୟା, ଆଇସିୟୁ, ଭେଣ୍ଟିଲେଟର ଆଦି ତଥ୍ୟ ପ୍ରଦାନ କରିବା ବେଳେ ଘରୋଇ ହସ୍ପିଟାଲ ମନମାନି କରୁଥିବା ଜଣାପଡ଼ିବା ପରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତଥା ଆମ୍ ଆଦମୀ ପାର୍ଟିର ସୁପ୍ରିମୋ ଅରବିନ୍ଦ କେଜ୍ରିଓ୍ୱାଲ କଳାବଜାରୀ ଦମନ ପାଇଁ ଆରମ୍ଭ କରିଛନ୍ତି ରଣନୀତି।

ଘରୋଇ ହସ୍ପିଟାଲ କତ୍ତୃପକ୍ଷଙ୍କୁ ଚେତାବନୀ ଦେଇ କେଜ୍ରିଓ୍ୱାଲ କହିଛନ୍ତି, ପ୍ରତ୍ୟେକ ଘରୋଇ ହସ୍ପିଟାଲ କରୋନା ସଂକ୍ରମିତଙ୍କ ଚିକିତ୍ସା କରିବାକୁ ବାଧ୍ୟ। କୋଭିଡ ବେଡକୁ ନେଇ ଯେଉଁ କଳାବଜାରୀ ଚାଲିଛି ତାକୁ ରୋକିବା ପାଇଁ କିଛି ଦିନର ସମୟ ଆବଶ୍ୟକ ରହିଛି। ସରକାର ଗତ ମଙ୍ଗଳବାର ଏକ ମୋବାଇଲ୍ ଆପ୍ସର ଶୁଭାରମ୍ଭ କରିଛନ୍ତି। ଏହି ଆପ୍ସରେ ଜଣାପଡ଼ିବ କେଉଁଠି ବେଡ୍ ଖାଲି ରହିଛି। ଏହାଦ୍ୱାରା କରୋନା ବେଡ୍ ପାଇଁ ହେଉଥିବା କଳାବଜାରୀ ଉପରେ ରୋକ୍ ଲାଗିବ ବୋଲି ଦିଲ୍ଲୀ ମୁଖ୍ୟମନ୍ତ୍ରୀ କହିଛନ୍ତି। ଏହି ଆପ୍ସ ପ୍ରତ୍ୟେକ ଦିନ ଦୁଇଥର ସକାଳ ୧୦ ଏବଂ ସଂଧ୍ୟା ୬ଟାରେ ଅପଡ଼େଟ୍ ହେବ ବୋଲି ଜଣାପଡ଼ିଛି।

ଯଦି ଆପ୍ସରେ ବେଡ୍ ଖାଲିଥିବ ହେଲେ ହସ୍ପିଟାଲ କତ୍ତୃପକ୍ଷ ମନାକରିବେ ତାହେଲେ ଲୋକଙ୍କୁ ୧୦୩୧ ନମ୍ୱରରେ ଯୋଗାଯୋଗ କରିବାକୁ କେଜ୍ରିଓ୍ୱାଲ କହିଛନ୍ତି।

[ad_2]
Show More
Back to top button