ଆତଙ୍କବ‌ାଦୀଙ୍କ ଗ୍ରେନେଡ ଆକ୍ରମଣରେ ୪ଯବାନ ଆହତ

ସତ୍ୟଶିଖା ୨୭/୦୧/୨୦୨୧ : ଆତଙ୍କବ‌ାଦୀଙ୍କ ଗ୍ରେନେଡ ଆକ୍ରମଣରେ ୪ଯବାନ ଆହତ । ବୁଧବାର ଜମ୍ମୁ-କଶ୍ମୀରର ଅନନ୍ତନାଗ ଜିଲ୍ଲାରେ ଆତଙ୍କବାଦୀମାନେ ହଠାତ ଗ୍ରେନେଡ ଆକ୍ରମଣ କରିବାରୁ ଏହାର ଶିକାର ହୋଇଥିଲେ ୪ଜଣ ଯବାନ । ଆହତ ଯବାନମାନଙ୍କୁ ପ୍ରଥମେ ପ୍ରାଥମିକ ଚିକିତ୍ସା ଯୋଗାଇ ଦିଆଯାଇଥିଲା ଏବଂ ପରେ ଚିକିତ୍ସା ପାଇଁ ଶ୍ରୀନଗରର ୯୨ବେସ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା । କିଛି ଦିନ ତଳେ ଅନ୍ତର୍ଜାତୀୟ ସୀମା ନିକଟରେ ଏକ ଭୂତଳ ସୁଡ଼ଙ୍ଗ ଠାବ କରିଥିଲା ବିଏସଏଫ୍‌ । ଭାରତକୁ ଆତଙ୍କବାଦୀ ଅନୁପ୍ରବେଶ କରାଇବା ପାଇଁ ପାକିସ୍ତାନୀ ସେନା ଓ ଗୁଇନ୍ଦା ସଂସ୍ଥା ଏହି ସୁଡ଼ଙ୍ଗ ବ୍ୟବହାର କରୁଥିବା ଜଣାପଡ଼ିଥିଲା । ୧୦ ଦିନ ମଧ୍ୟରେ ସେଠାରେ ଦ୍ବିତୀୟ ସୁଡ଼ଙ୍ଗ ଠାବ ହୋଇଥିଲା ।କଠୁଆ ଜିଲ୍ଲାର ପନ୍‌ସର ସ୍ଥିତ ବିଏସ୍‌ଏଫ୍‌ ଆଉଟ୍‌ପୋଷ୍ଟ୍‌ ନିକଟରେ ବର୍ଡର ପୋଷ୍ଟ୍‌ ନମ୍ବର ୧୪ ଏବଂ ୧୫ ମଧ୍ୟରେ ଏହି ୩୦ ଫୁଟ୍‌ ଗଭୀର ସୁଡ଼ଙ୍ଗ ଚିହ୍ନଟ ହୋଇଥିଲା । ଭାରତୀୟ ଗୁଇନ୍ଦା ସଂସ୍ଥାର ବିଶ୍ବାସ ଅନୁଯାୟୀ ସୁଡ଼ଙ୍ଗ ଠାବ ହୋଇଥିବା ସ୍ଥାନ ନିକଟରେ ଏକ ଆତଙ୍କବାଦୀଙ୍କ ତାଲିମ କେନ୍ଦ୍ର ରହିଛି । ସୁଡ଼ଙ୍ଗ ଠାବ ହେବାର କିଛି ଦିନ ମଧ୍ୟରେ ଏବେ ପୁଣି ଆତଙ୍କବାଦୀମାନେ ଆକ୍ରମଣ କରିଛନ୍ତି । ଏ ନେଇ ଘଟଣାସ୍ଥଳରେ ସୁରକ୍ଷା ବଢ଼ାଇ ଦିଆଯାଇଛି ।

Exit mobile version