

ସତ୍ୟଶିଖା(ପୁରୀ )୨୧.୦୩.୨୦୨୨ : ଶ୍ରୀମନ୍ଦିର ବରିଷ୍ଠ ସେବାୟତ କୃଷ୍ଣ ପ୍ରତିହାରୀ ହତ୍ୟାକୁ ଚାରି ଦିନ ବିତି ଗଲାଣି। ହେଲେ ଏପର୍ଯ୍ୟନ୍ତ ପୁଲିସ୍ କାହାକୁ ଗିରଫ କରିପାରି ନାହିଁ। ତେବେ ଏହି ମାମଲାରେ ପୁଲିସ୍ ୪ ଜଣଙ୍କୁ ଅଟକ ରଖି ପଚରାଉଚରା କରୁଥିବା ଚର୍ଚ୍ଚା ହେଉଛି। ଅଟକ ଅଭିଯୁକ୍ତଙ୍କ ଭିତରେ ଦୁଇ ମୁଖ୍ୟ ଷଡ଼ଯନ୍ତ୍ରକାରୀ ଥିବା ଆଲୋଚନା ହେଉଛି। ହେଲେ ଏନେଇ ପୁରୀ ପୁଲିସ୍ ମୁହଁ ଖୋଲୁନାହିଁ। କୃଷ୍ଣ ପ୍ରତିହାରୀଙ୍କୁ ହତ୍ୟା କରିବା ପାଇଁ ସୁପାରି ଦିଆଯାଇଥିବା ସୂଚନା ମିଳିଛି। ଗୁନ ସିଂହାରୀ ହତ୍ୟାକାଣ୍ଡ ସହ ଘଟଣାର ସଂପର୍କ ଥିବା ମଧ୍ୟ ଚର୍ଚ୍ଚା ହେଉଛି। ହେଲେ ପୁଲିସ୍ ପକ୍ଷରୁ କୌଣସି ବିଧିବଦ୍ଧ ଭାବେ ଘୋଷଣା କରାଯାଇନାହିଁ।