ସତ୍ୟଶିଖା (ଭୁବନେଶ୍ୱର ) ୨୩.୦୯.୨୦୨୩ : ୩ୟ ଶ୍ରେଣୀ ଛାତ୍ରୀଙ୍କୁ ବଳାତ୍କାର ଅଭିଯୋଗ ପରେ ଉତ୍ତେଜନା । ଆଉ ଏହାପରେ ପୁଲିସର ଲାଠିଚାର୍ଜ । ରାୟଗଡ଼ା ଜିଲ୍ଲା କାଶୀପୁର ବ୍ଲକର ଏକ ଆବାସିକ ବିଦ୍ୟାଳୟରେ ଜଣେ ଛାତ୍ରୀଙ୍କୁ ସେଠାକାର ପିଅନ ବଳାତ୍କାର କରିଥିବା ଅଭିଯୋଗ ହୋଇଛି । ଏହାପରେ ସେଠାରେ ଉତ୍ତେଜନା ଦେଖା ଦେଇଥିଲା । ଫଳରେ ପୋଲିସକୁ ଲାଠିଚାର୍ଜ କରିବାକୁ ପଡ଼ିଛି । ଅଭିଯୁକ୍ତ ପିଅନକୁ ପୋଲିସ୍ ଉଠାଇ ନେଇଛି । ସେପଟେ ପୀଡ଼ିତା ନାବାଳିକାଙ୍କୁ ଗୁରୁତର ଅବସ୍ଥାରେ ସ୍ଥାନୀୟ ହସ୍ପିଟାଲରେ ଚିକିତ୍ସା ପରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି ।
ଟଣାଟି ଦୋରାଗୁଡା ଥାନା ଅଞ୍ଚଳରେ ଘଟିଥିବାରୁ ଅଭିଯୁକ୍ତ ପିଅନକୁ ପୁଲିସ କେଉଁ ଥାନାକୁ ନେଇଛି ତାହା ଜଣାପଡିନାହିଁ। ପୁଲିସ ଏନେଇ ମୁହଁ ଖୋଲୁନାହିଁ। ଗ୍ରାମରେ ଏବେ ବି ଉତ୍ତେଜନା ଲାଗି ରହିଛି। ଡଂଗାସିଲ ଫାଣ୍ଡିକୁ ଗ୍ରାମବାସୀ ଘେରାଉ କରି ରାସ୍ତାରେ ଟାୟାର ଜାଳି ପ୍ରତିବାଦ କରୁଛନ୍ତି। ଶହ ଶହ ଲୋକ ଡଂଗାସିଲ ଗ୍ରାମରେ ଏକତ୍ର ହୋଇ ପୁଲିସର ଏହି କାର୍ଯ୍ୟାନୁଷ୍ଠାନକୁ ବିରୋଧ କରୁଛନ୍ତି। ତେବେ ଛାତ୍ରୀ କେଉଁ ଶ୍ରେଣୀରେ ପାଠ ପଢୁଛନ୍ତି ଜଣାପଡିନଥିବା ବେଳେ ପୀଡିତା ଛାତ୍ରୀ ଏବଂ ପିଅନ ଡଂଗାସିଲ ଗ୍ରାମର ବୋଲି ଜଣାପଡିଛି ।