

ସତ୍ୟଶିଖା(ନୂଆଦିଲ୍ଲୀ) ୦୫ .୦୭.୨୦୨୧: ଦେଶରେ ହ୍ରାସ ପାଉଛି ସଂକ୍ରମଣ ହାର । ସଂକ୍ରମିତଙ୍କ ସଂଖ୍ୟା କମ ଥିବା ବେଳେ ସୁସ୍ଥତା ସଂଖ୍ୟା ମଧ୍ୟ ଢେର ଅଧିକ ରହିଛି । ଦେଶରେ ଗୋଟିଏ ଦିନରେ 39 ହଜାର 796 ନୂଆ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ 723 ଜଣଙ୍କ ମୃତ୍ୟୁ ହୋଇଛି । ଏନେଇ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ମିଳିଛି । ନୂଆ ଆକ୍ରାନ୍ତଙ୍କୁ ମିଶାଇ ମୋଟ ସଂକ୍ରମିତଙ୍କ ସଂଖ୍ୟା 3 କୋଟି 5 ଲକ୍ଷ 85 ହଜାର 229କୁ ବୃଦ୍ଧି ପାଇଛି । ମୃତ୍ୟୁ ସଂଖ୍ୟା 4 ଲକ୍ଷ 2 ହଜାର 728 ଛୁଇଁଥିବା ବେଳେ 4 ଲକ୍ଷ 82 ହଜାର 71 ରହିଛି ସକ୍ରିୟ ମାମଲା । 2,97,00,430 ସୁସ୍ଥ ହୋଇ ଘରକୁ ଫେରି ଥିବା ବେଳେ 35 କୋଟି 28 ଲକ୍ଷ 92 ହଜାର 46 ଜଣଙ୍କୁ ଟୀକାକରଣ କରାଯାଇଛି ।