ନ୍ୟୁଜ୍ରାଜ୍ୟ

୩୯ ଦାଦନ ଶ୍ରମିକ ଉଦ୍ଧାର, ଦାଦନ ସର୍ଦ୍ଦାର ଗିରଫ

ସତ୍ୟଶିଖା(ବଲାଙ୍ଗିର )୧୮.୧୦ .୨୦୨୧: ରାଜ୍ୟ ବାହାରକୁ ଚାଲାଣ ହେବାକୁ ଥିବା ୩୯ ଜଣ ଦାଦନ ଶ୍ରମିକଙ୍କୁ ଉଦ୍ଧାର କରିଛି କଣ୍ଟାବାଞ୍ଜି ପୋଲିସ । ପୋଲିସ ରାତିରେ ପେଟ୍ରୋଲିଂ କରୁଥିବା ସମୟରେ ଦାଦନ ଶ୍ରମିକଙ୍କୁ ଉଦ୍ଧାର କରିଛି । ଉଦ୍ଧାର କରାଯାଇଥିବା ୩୯ ଦାଦନ ଶ୍ରମିକଙ୍କ ମଧ୍ୟରୁ ୨୪ ଜ ପୁରୁଷ, ୧୫ ଜଣ ମହିଳା ଓ ୩ ଜଣ ଶିଶୁ ରହିଛନ୍ତି । ତେବେ ଶ୍ରମିକ ମାନେ ଖପ୍ରାଖୋଲ ଥାନା ବାହାବଲ, ବାଞ୍ଜିପାଲି, ଟେମ୍ବରିପାଳ, ଗମ୍ଭାରିମାଲ ଗାଁର ବୋଲି ଜଣାପଡିଛି ।

ଶ୍ରମିକମାନେ ୩ଟି ବୋଲେରୋ ଗାଡିରେ କଣ୍ଟାବାଞ୍ଜି ରେଳ ଷ୍ଟେସନ ଯାଉଥିବା ବେଳେ ପୋଲିସ ଚଟୁଅନକା ଛକ ଠାରେ ସନ୍ଦେହ କରି ଗାଡିଗୁଡିକୁ ଅଟକାଇଥିଲା । ଗାଡିରେ ଶ୍ରମିକମାନେ ଥିବା ବେଳେ ତଦନ୍ତ ପାଇଁ ସମସ୍ତଙ୍କୁ ଥାନାକୁ ଅଣାଯାଇଥିଲା ।

ଶ୍ରମିକମାନେ କୋରବା-ବିଶାଖାପାଟଣା ଲିଙ୍କ ଏକ୍ସପ୍ରେସ ଟ୍ରେନ ଯୋଗେ ବିଜୟନଗରମ୍ ଦାଦନ ଖଟିବାକୁ ଯାଉଥିଲେ ବୋଲି ଜଣାପଡିଛି । ତେବେ ପୋଲିସ ଖପ୍ରାଖୋଲ ଥାନା ସର୍ଗିମୁଣ୍ଡା ଗାଁର ଦାଦନ ସର୍ଦ୍ଦାର କାର୍ତ୍ତିକ ବାଗକୁ ଗିରଫ କରିଛି । ଏହାସହିତ ଘଟଣାର ଅଧିକ ତଦନ୍ତ ଜାରି ରଖିଛି ପୋଲିସ ।

Show More
Back to top button