ନ୍ୟୁଜ୍ବିଦେଶସ୍ପେଶାଲ୍ ରିପୋର୍ଟ

ସତ୍ୟଶିଖା ୦୨/୦୨/୨୦୨୧ : ପରିବେଶ ପ୍ରଦୂଷଣ ବଢ଼ିବା ଦେଖି ଏବେ ସୁପର୍‌ ମାର୍କେଟ୍‌ଗୁଡ଼ିକ ସଚେତନତା ପଦକ୍ଷେପ ନେବା ଆରମ୍ଭ କରିଛନ୍ତି । ଥାଇଲାଣ୍ଡର ସମସ୍ତ ସୁପରମାର୍କେଟ୍‌ ଜାନୁଆରୀ ପ୍ରଥମ ସପ୍ତାହରୁ ନୂଆ ନିୟମ କାର୍ଯ୍ୟକାରୀ କରିଛନ୍ତି । ଏବେ ସେଠିକାର ରେସ୍ତୋରାଁ, ଫୁଡ୍ ଜୋନ୍, ପରିବା ମାର୍କେଟ୍‌ରେ ଗ୍ରାହକ ପ୍ଲାଷ୍ଟିକ୍ ବ୍ୟାଗ୍, କପଡ଼ା ବ୍ୟାଗ୍ ନେବା ବନ୍ଦ କରାଯାଇଛି । ସୁପର୍‌ମାର୍କେଟ୍‌ରେ ମିଳୁଥିବା କଦଳୀପତ୍ରର ପ୍ୟାକିଂ ବ୍ୟାଗ୍ ରେ ସମସ୍ତ ସାମଗ୍ରୀ ଭର୍ତ୍ତି କରି ଗ୍ରାହକ ନେଇପାରିବେ । ପ୍ରଦୂଷଣ ପ୍ରଭାବରେ ଦୈନନ୍ଦିନ ଜୀବନ ପ୍ରଭାବିତ ହେବା ସହ ପ୍ଲାଷ୍ଟିକ୍ ବ୍ୟାଗ୍ ହେଉ କିମ୍ବା କପଡ଼ା ବ୍ୟାଗ୍, ସେସବୁ ସହଜରେ ନଷ୍ଟ ହୋଇନଥାଏ । ଏସବୁ ବ୍ୟାଗ୍ ପରିବର୍ତ୍ତେ ବରଂ ପତ୍ରର ବ୍ୟାଗ୍ ବ୍ୟବହାର କରିବା ଉଚିତ୍ ବୋଲି ବିଶେଷଜ୍ଞ କିଛି ମାସ ତଳେ ପରାମର୍ଶ ଦେଇଥିଲେ ।-ପଲିଫିନୋଲ୍ ତତ୍ତ୍ବ ଥିବା କଦଳୀ ପତ୍ରରେ ଆଣ୍ଟିଅକ୍ସିଡାଣ୍ଟ ଭରପୂର ରହିଛି । ସେଥିରେ ଖାଦ୍ୟ, ଫଳ କିମ୍ବା ପନିପରିବା ପ୍ୟାକିଂ କରିନେଲେ, ସେସବୁ ଶୀଘ୍ର ଖରାପ ହୋଇନଥାଏ ।
– ଏପରିକି ଫ୍ରିଜ୍‌ରେ ମଧ୍ୟ ଏହି ପତ୍ରରେ ଖାଦ୍ୟ ରଖିହେବ, ଭାରତର ପ୍ରତ୍ୟେକ ପ୍ରାନ୍ତରେ ପର୍ବପର୍ବାଣିରେ ଲୋକେ କଦଳୀ ପତ୍ରରେ ଭୋଜନ ପରଷି ଖାଇଥାନ୍ତି । ଏହା ଆମ ସଂସ୍କୃତି ତଥା ପରମ୍ପରାର ପରିଚୟ ।
– କିଛି ବର୍ଷ ତଳେ ପ୍ରଥମେ କେରଳରେ କଦଳୀପତ୍ର ଝୁଡ଼ି ତିଆରି କରାଯାଇ ସେଥିରେ ଆମ୍ବ ପ୍ୟାକିଂ କରାଯାଇଥିଲା । ପରବର୍ତ୍ତୀ ସମୟରେ କଦଳୀପତ୍ର ବ୍ୟାଗ୍‌ର ଆଦର ଥାଇଲାଣ୍ଡ, ଜାପାନ, ଚୀନ୍ ଆଦି ରାଷ୍ଟ୍ରରେ ଆରମ୍ଭ ହେଲା ।
– ଥାଇଲାଣ୍ଡ ସୁପରମାର୍କେଟ୍‌ରେ କଦଳୀପତ୍ର ବ୍ୟାଗ୍‌ର ଉପଯୋଗ ପରେ ବିଶ୍ବର ଅନ୍ୟ ପ୍ରାନ୍ତରେ ମଧ୍ୟ ଏଭଳି ଉଦ୍ୟମ ନିଆଯିବ ବୋଲି ଆଶା କରାଯାଉଛି ।
– ଏଇ କଦଳୀପତ୍ର ବ୍ୟାଗ୍ ବିଭିନ୍ନ ଆକାରର ସେଠିକା ସୁପରମାର୍କେଟ୍‌ର ମିଳୁଥିବାବେଳେ ସେଗୁଡ଼ିକର ମୂଲ୍ୟ ୬ ଟଙ୍କାରୁ ୪୦ ଟଙ୍କା ମଧ୍ୟରେ ରହିଛି ।

Show More
Back to top button