ଗତ ୨୪ ଘଣ୍ଟାରେ ରାଜ୍ୟରେ ୩,୪୫୦ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରେ ୧୮ ବର୍ଷରୁ କମ୍ ବର୍ଗର ୪୩୬ ଜଣ ଅଛନ୍ତି। ସେହିପରି ୨,୦୧୨ ଜଣ କ୍ୱାରେଣ୍ଟାଇନ୍ରୁ ଚିହ୍ନଟ ହୋଇଥିବା ବେଳେ ବାକି ୧,୪୩୮ ଟି ହେଉଛି ଲୋକାଲ୍ କେସ୍।
ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୭୧୪ ଜଣ ଚିହ୍ନଟ ହୋଇଥିବା ବେଳେ ସୁନ୍ଦରଗଡ଼ ୨୮୭, କଟକ ୨୦୨, ନୂଆପଡ଼ାରୁ ୧୮୧, ମୟୂରଭଞ୍ଜରୁ ୧୮୦, ଷ୍ଟେଟପୁଲ୍ରୁ ୧୪୫, ସମ୍ବଲପୁରରୁ ୧୩୧,ନୟାଗଡ଼ରୁ ୧୨୫, ବାଲେଶ୍ୱରରୁ୧୦୫, ବଲାଙ୍ଗିରରୁ ୧୦୩, ନବରଙ୍ଗପୁରରୁ ୯୯, ଗଜପତିରୁ ୭୩, ପୁରୀରୁ ୭୨, ଦେବଗଡ଼ରୁ ୭୧, ଅନୁଗୋଳରୁ ୮୨, ବାଲେଶ୍ୱରରୁ ୭୬, ବରଗଡ଼ରୁ ୩୬, ଭଦ୍ରକରୁ ୭୭, ବଲାଙ୍ଗିରରୁ ୭୬ ଓ ବୌଦ୍ଧରୁ୧୬ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।
ରାଜ୍ୟରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୨ ଲକ୍ଷ ୫୫ ହଜାର ୭୭୬ ରେ ପହଞ୍ଚିଥିବା ବେଳେ ସେମାନଙ୍କ ମଧ୍ୟରୁ ୧୨,୦୯୩୧୩ ଜଣ ସୁସ୍ଥ ହୋଇସାରିଛନ୍ତି। ୩୭୭୬୨ଜଣ ଏବେ ଚିକିତ୍ସାଧୀନ ଅଛନ୍ତି।