ଦେଶ

ଡାକ୍ତରଙ୍କ ସୁରକ୍ଷାରେ କୌଣସି ବୁଝାମଣା ହୋଇପାରିବ ନାହିଁ : ମୋଦି

ନୂଆଦିଲ୍ଲୀ: ଦେଶରେ ଡାକ୍ତର, ନର୍ସ ଓ ସମସ୍ତ ସ୍ୱାସ୍ଥ୍ୟକର୍ମୀଙ୍କ ଉପରେ ବଢ଼ୁଥିବା ଆକ୍ରମଣ ଉପରେ ମୁହଁ ଖୋଲିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ସ୍ୱାସ୍ଥ୍ୟକର୍ମୀଙ୍କ ସୁରକ୍ଷାରେ ସରକାର କୌଣସି ବୁଝାମଣା କରିପାରିବେ ନାହିଁ ବୋଲି ମୋଦି ଟ୍ୱିଟ କରି କହିଛନ୍ତି।

ଡାକ୍ତର, ନର୍ସ, ଆଶାକର୍ମୀ ଓ ସ୍ୱାସ୍ଥ୍ୟକର୍ମୀଙ୍କୁ ଆକ୍ରମଣ କରୁଥିବା ଦୁର୍ବୃତ୍ତଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଆଜି କେନ୍ଦ୍ର କ୍ୟାବିନେଟ ଏକ ଅଧ୍ୟାଦେଶ ଜାରି କରିଛି।

ଏହାଦ୍ୱାରା ଦୁର୍ବୃତ୍ତଙ୍କୁ ୭ ବର୍ଷ ଯାଏ ଜେଲଦଣ୍ଡ ସହ ୭ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଜୋରିମାନା ଲାଗୁ କରିବାର ବ୍ୟବସ୍ଥା କରାଯାଇଛି। ଏହି ଅଧ୍ୟାଦେଶକୁ କେନ୍ଦ୍ର କ୍ୟାବିନେଟ ଅନୁମୋଦନ ଦେଇଛି। ଏହା ଉପରେ ପ୍ରତିକ୍ରିୟା ରଖି ମୋଦି କହିଛନ୍ତି, “ସାମ୍ନାରେ ରହି କୋଭିଡ-୧୯ ସହ ଯୁଦ୍ଧ କରୁଥିବା ସମସ୍ତ ସ୍ୱାସ୍ଥ୍ୟକର୍ମୀଙ୍କୁ ସୁରକ୍ଷା ଯୋଗାଇ ଦେବାକୁ ଆମେ ପ୍ରତିଶ୍ରୁତିବଦ୍ଧ।

ଏହି ପ୍ରତିଶ୍ରୁତି ମୁତାବକ ମହାମାରୀ ରୋଗ ସଂଶୋଧିତ ବିଧେୟକ ୨୦୨୦ ଅଣାଯାଇଛି। ଆମ ସ୍ୱାସ୍ଥ୍ୟକର୍ମୀଙ୍କ ସୁରକ୍ଷାକୁ ଏହା ନିଶ୍ଚିତ କରିବ। ସେମାନଙ୍କ ସୁରକ୍ଷାରେ କେବେ ହେଲେ ବି କୌଣସି ବୁଝାମଣା କରାଯାଇ ପାରିବ ନାହିଁ।”

[ad_2]
Show More
Back to top button