

ସତ୍ୟଶିଖା(ଭୁବନେଶ୍ୱର ) ୦୧.୦୨.୨୦୨୨ : ଗତ ୨୪ ଘଣ୍ଟାରେ ରାଜ୍ୟରେ ୩,୦୮୬ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରେ ୧୮ ବର୍ଷରୁ କମ୍ ବର୍ଗର ୪୫୪ ଜଣ ଅଛନ୍ତି। ସେହିପରି ୧,୭୯୭ ଜଣ କ୍ୱାରେଣ୍ଟାଇନ୍ରୁ ଚିହ୍ନଟ ହୋଇଥିବା ବେଳେ ବାକି ୧,୨୮୯ ଟି ହେଉଛି ଲୋକାଲ୍ କେସ୍। ଗତ ୨୪ ଘଣ୍ଟାରେ ରାଜ୍ୟରେ ୩,୦୮୬ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରେ ୧୮ ବର୍ଷରୁ କମ୍ ବର୍ଗର ୪୫୪ ଜଣ ଅଛନ୍ତି। ସେହିପରି ୧,୭୯୭ ଜଣ କ୍ୱାରେଣ୍ଟାଇନ୍ରୁ ଚିହ୍ନଟ ହୋଇଥିବା ବେଳେ ବାକି ୧,୨୮୯ ଟି ହେଉଛି ଲୋକାଲ୍ କେସ୍।
ସେହିପରି ମାଲକାନଗିରିରୁ ୩୦, ମୟୂରଭଞ୍ଜରୁ୧୦୯, ନବରଙ୍ଗପୁରରୁ ୮୪, ନୟାଗଡ଼ରୁ୧୧୦, ନୂଆପଡ଼ାରୁ୧୦୬, ପୁରୀରୁ ୪୨, ରାୟଗଡ଼ାରୁ ୪୦, ସମ୍ବଲପୁରରୁ ୭୫ ,ସୋନପୁରରୁ ୩୫, ସୁନ୍ଦରଗଡ଼ରୁ ୨୧୬ ଓ ଷ୍ଟେଟ୍ ପୁଲ୍ରୁ ୧୨୫ଜଣ ଚିହ୍ନଟ ହୋଇଛନ୍ତି।
ରାଜ୍ୟରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୨ ଲକ୍ଷ ୫୨ ହଜାର ୩୨୬ ରେ ପହଞ୍ଚିଥିବା ବେଳେ ସେମାନଙ୍କ ମଧ୍ୟରୁ ୧୨,୦୧୫୪୬ ଜଣ ସୁସ୍ଥ ହୋଇସାରିଛନ୍ତି। ୪୨,୦୯୮ ଜଣ ଏବେ ଚିକିତ୍ସାଧୀନ ଥିବା ବେଳେ ମୃତ୍ୟୁ ସଂଖ୍ୟା ୮,୬୨୯କୁ ବୃଦ୍ଧି ପାଇଛି।
ରାଜ୍ୟରେ ଆଉ ୧୭ ଜଣ କରୋନା ସଂକ୍ରମିତଙ୍କ ମୃତ୍ୟୁ ଘଟିଛି। ଅଡିଟ୍ ପ୍ରୋସେସରେ ଆଉ ୧୭ଜଣଙ୍କ ମୃତ୍ୟୁ ନେଇ ସ୍ୱାସ୍ଥ୍ୟ ବିଭାଗର ସୂଚନା ଦିଆଯାଇଛି। କଟକ ଜିଲ୍ଲାରୁ ସର୍ବାଧିକ ୪ କରୋନା ସଂକ୍ରମିତଙ୍କ ମୃତ୍ୟୁ ଘଟିଥିବା ବେଳେ ଖୋର୍ଦ୍ଧା ଓ ପୁରୀ ଜିଲ୍ଲାରୁ ୨ ଲେଖାଏଁ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି। ଅନୁଗୋଳ, ବାଲେଶ୍ୱର, ଭଦ୍ରକ, ଜଗତସିଂହପୁରରୁ ଜଣେ ଲେଖାଏଁ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଥିବା ବେଳେ ଗଞ୍ଜାମ, କେନ୍ଦ୍ରାପଡ଼ା, ଯାଜପୁର, ମାଲକାନଗିରି, ରାୟଗଡ଼ାରୁ ଜଣେ ଲେଖାଏଁ ରୋଗୀଙ୍କ ମୃତ୍ୟୁ ଘଟିଛି।