ଦେଶରେ ୨୪ ଘଣ୍ଟାରେ ୩୦,୦୯୩ ନୂଆ କରୋନା ସଂକ୍ରମିତ ଚିହ୍ନଟ

ସତ୍ୟଶିଖା(ନୂଆଦିଲ୍ଲୀ) ୨୦.୦୭.୨୦୨୧:  ଦେଶରେ ଗତ ୨୪ ଘଣ୍ଟା ମଧ୍ୟରେ ୩୦,୦୯୩ ନୂଆ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଏଥିସହିତ ଦେଶର କେତେକ ରାଜ୍ୟକୁ ବାଦଦେଇ ମୋଟ ଉପରେ ଦୈନିକ ସଂକ୍ରମଣ ସଂଖ୍ୟା କ୍ରମାଗତ ଭାବେ ହ୍ରାସପାଇବା ଆଶ୍ୱସ୍ତିର ବିଷୟ ହୋଇଛି। ସେହିଭଳି ଦିନକ ମଧ୍ୟରେ ଦେଶରେ ୪୫,୨୫୪ ଜଣ କରୋନା ରୋଗୀ ସୁସ୍ଥ ହୋଇଛନ୍ତି। ଏପର୍ଯ୍ୟନ୍ତ କରୋନାରୁ ମୋଟ ୩,୦୩,୫୩,୭୧୦ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇସାରିଛନ୍ତି ଏବଂ ଆରୋଗ୍ୟ ହାର ୯୭.୩୭% ରହିଛି। ସମଗ୍ର ଦେଶରେ ସଂପ୍ରତି ୪,୦୬,୧୩୦ ଜଣ ସକ୍ରିୟ ସଂକ୍ରମିତ ରହିଛନ୍ତି, ଯାହା ୧୧୭ ଦିନ ମଧ୍ୟରେ ସର୍ବନିମ୍ନ। ମୋଟ ସଂକ୍ରମିତଙ୍କ ମଧ୍ୟରେ ସକ୍ରିୟ ସଂକ୍ରମିତଙ୍କ ହାର ୧.୩୦% ରହିଥିବା ଜଣାଯାଇଛି। ଦେଶରେ ଦୈନିକ ସଂକ୍ରମଣ ହାର ୧.୬୮% ଏବଂ ସାପ୍ତାହିକ ସଂକ୍ରମଣ ହାର ୨.୦୬% ରହିଛି। ଇତିମଧ୍ୟରେ ମୋଟ ୪୪.୭୩ କୋଟି ନମୁନା ପରୀକ୍ଷା କରାଯାଇସାରିଛି। ଏଥିସହିତ ଦେଶରେ ଟିକାକରଣ ଅଭିଯାନକୁ ବ୍ୟାପକ କରାଯାଇ ସୋମବାର ସଂଧ୍ୟା ସୁଦ୍ଧା ୪୧.୧୮ କୋଟି ପାନ କୋଭିଡ ଟିକା ଦିଆଯାଇସାରିଛି।

Exit mobile version