ଆଜିଠାରୁ ୩୦ ଦିନ – ସଡକ ସୁରକ୍ଷା, ଜୀବନ ରକ୍ଷା

ସତ୍ୟଶିଖା ୧୮/୦୧/୨୦୨୧ : ଆଜିଠାରୁ ସାରା ଦେଶରେ ଜାତୀୟ ସଡ଼କ ସୁରକ୍ଷା ମାସ ଆରମ୍ଭ ହେଉଛି । ସଡ଼କ ସୁରକ୍ଷା ଦିଗରେ ସଚେତନତା ସୃଷ୍ଟି କରିବା ଏବଂ ଦେଶରେ ସଡ଼କ ଦୁର୍ଘଟଣାକୁ ହ୍ରାସ କରିବା ଉଦ୍ଦେଶ୍ୟରେ ଆଜି ବିଜ୍ଞାନ ଭବନରେ ଏହି ମହୋତ୍ସବକୁ କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଏବଂ କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରୀ ନୀତିନ୍‍ ଗଡ଼କରୀ ଉଦ୍‍ଘାଟନ କରିବେ । ମାସେବ୍ୟାପୀ ଚାଲିବାକୁ ଥିବା ଏହି କାର୍ଯ୍ୟକ୍ରମରେ ସଡ଼କ ସୁରକ୍ଷା ଉପରେ ଏକ ଚଳଚ୍ଚିତ୍ର ପ୍ରଦର୍ଶନ କରାଯିବ ।

ଏହାବ୍ୟତୀତ ୱାଘା ସୀମାରୁ କନ୍ୟାକୁମାରୀ ପର୍ଯ୍ୟନ୍ତ ଏକ ଜାତୀୟ ଚାମ୍ପିୟନ୍‍ସିପ ସେଫ୍‍ ସ୍ପିଡ୍‍ ଚ୍ୟାଲେଞ୍ଜ୍‍ର ଶୁଭାରମ୍ଭ ସହ ସଡ଼କ ସୁରକ୍ଷା ପୁରସ୍କାର ପ୍ରଦାନ କରାଯିବାର କାର୍ଯ୍ୟକ୍ରମ ରହିଛି । ଏଥିରେ ବିଭିନ୍ନ ରାଜ୍ୟ ସରକାର, ବେସରକାରୀ ସଂସ୍ଥା ଏବଂ ବୀମା କମ୍ପାନୀଗୁଡ଼ିକ ସେମିନାର୍‍, ୱାକାଥନ୍‍ ଏବଂ ବିଭିନ୍ନ ପ୍ରତିଯୋଗିତାର ଆୟୋଜନ କରିବେ ।

Exit mobile version