ରାଜ୍ୟ

ଅତିଥିଙ୍କୁ ପ୍ରତି ଉପହାରରେ ବାଣ୍ଟିଲେ ଗଛ

ସତ୍ୟଶିଖା(ଚଣ୍ଡିଖୋଲ) ୧୨/୧୨/୨୦୨୦ : କରୋନା କଟକଣା ଭିତରେ ଚାଲିଛି ବିବାହ ଉତ୍ସବ । ଏଭିତରେ ଏକ ନିଆରା ବିବାହ ଉତ୍ସବ ଦେଖିବାକୁ ମିଳିଛି ଯାଜପୁର ଜିଲ୍ଲା ଜେନାପୁର ନିକଟ ତରାସ ଗ୍ରାମରେ । ଜିଲ୍ଲାର ସଚେତନ ନାଗରିକ ମଞ୍ଚର ଆବାହକ ସରୋଜକାନ୍ତ ବେହେରାଙ୍କ ସାଗରତନୟାଙ୍କ ସହ ବୈଦିକ ରୀତିରେ ବିବାହ କରିଥିଲେ । ବିବାହ ବନ୍ଧନରେ ଆବଦ୍ଧ ହେବା ପରେ ଶୁକ୍ରବାର ଥିଲା ଉଭୟଙ୍କର ରିସେପସନ ପାର୍ଟି । ଅଭିନୟ ଉପାୟରେ ଏହି ରିସେପସନ ପାର୍ଟି ପାଳନ ହେଉଥିବା ଦେଖିବାକୁ ମିଳିଛି

ବିବାହ ଉତ୍ସବର ମଞ୍ଚ ଉପରେ ଏକ ଚାରିଟି କ୍ୟାସ୍ ବକ୍ସ ରଖାଯାଇଥିଲା । ନିମନ୍ତ୍ରିତ ଅତିଥିମାନଙ୍କ ଆଶୀର୍ବାଦ ତଥା ଉପହାର ସ୍ବରୂପ ଅର୍ଥକୁ ଏହି ବକ୍ସରେ ପକାଇବାକୁ ଉଭୟ ବର ଓ କନ୍ୟା ନିବେଦନ କରିଥିଲେ । ଏହି ଅର୍ଥ ଅନାଥ ଆଶ୍ରମକୁ ପ୍ରଦାନ କରାଯିବା ସହ ବାପା-ମା’ ଛେଉଣ୍ଡ ତଥା ନିସଙ୍ଗ ଶିଶୁଙ୍କ ଉପକାରରେ ଆସିବ ବୋଲି ସରୋଜକାନ୍ତ କହିଛନ୍ତି ।କେବଳ ଏତିକି ନୁହେଁ ବୃକ୍ଷ ହିଁ ଆମର ଜୀବନ ଓ ପ୍ରକୃତ ସାଥୀର ବାର୍ତ୍ତା ଦେବା ସହ ମଞ୍ଚ ସାରା ଭଳିକି ଭଳି ବୃକ୍ଷର ପସରା ଥୁଆ ଯାଇଥିଲା । ନିମନ୍ତ୍ରିତ ଅତିଥିଙ୍କ ଉପହାରର ପ୍ରତି ଉପହାର ସ୍ବରୂପ ଗୋଟିଏ ଲେଖାଏଁ ଗଛ ଉଭୟ ନବଦମ୍ପତ୍ତି ପ୍ରଦାନ କରି ଆଶୀର୍ବାଦ କାମନା କରିଥିଲେ ।

ବିବାହ ପୂର୍ବରୁ ସରୋଜ ନିଜର ନିମନ୍ତ୍ରଣ ପତ୍ରରେ ଗଛ ଓ କନ୍ୟାରତ୍ନର ସୁରକ୍ଷା ସହ ଗାଡି ଚଳାଇବା ସମୟରେ ହେଲମେଟ୍ ବ୍ୟବହାର ସମ୍ପର୍କରେ ସଚେତନତାର ବାର୍ତ୍ତା ବାଣ୍ଟିଥିଲେ । ତେବେ ବିବାହ ସମୟରେ ଏଭଳି ନିଆରା ଚିନ୍ତାଧାରା ପାଇଁ ଉଭୟ ନବଦମ୍ପତ୍ତିଙ୍କୁ ଶୁଭେଚ୍ଛାର ସୁଅ ଛୁଟୁଥିବା ଜଣାଯାଇଛି ।

Show More
Back to top button