ରାଜ୍ୟଶିକ୍ଷା

ୱେବ୍‌ ପୋର୍ଟାଲରେ ପଢ଼ିବେ ଯୁକ୍ତ ତିନି ଛାତ୍ରଛାତ୍ରୀ

ସତ୍ୟଶିଖା(ଭୁବନେଶ୍ୱର) ୦୬ .୦୭.୨୦୨୧: ଭୁବନେଶ୍ୱର: ସବୁକିଛି ଉଜାଡି ଦେଇଛି କରୋନା । ଅର୍ଥନୀତି ସହ ଶିକ୍ଷା ବ୍ୟବସ୍ଥା ଉପରେ ବି ଏହାର ଢେର୍ ପ୍ରଭାବ ପଡ଼ିଛି । ପିଲାଙ୍କୁ ଏଥିରୁ ରକ୍ଷା କରିବା ପାଇଁ ସରକାର ଅନଲାଇନ୍ ରେ ଶିକ୍ଷା ଗ୍ରହଣ କରିବା ନେଇ ପରାମର୍ଶ ଦେଉଛନ୍ତି । ୟୁଟ୍ୟୁବରେ ପିଲାମାନେ ପାଠ ପଢ଼ୁଛନ୍ତି । ଅଧିକ ମାତ୍ରାରେ ଛାତ୍ରଛାତ୍ରୀ ସମସ୍ୟାର ସମ୍ମୁଖୀନ ମଧ୍ୟ ହେଉଥିବା ନଜର କୁ ଆସିଛି । ତେବେ ପୂର୍ବରୁ ପ୍ରଥମରୁ ୮ମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପାଇଁ ୟୁଟ୍ୟୁବ୍‌ରେ ଶିକ୍ଷାଦାନ ବ୍ୟବସ୍ଥା କରାଯାଇଥିବା ବେଳେ ଏବେ ଯୁକ୍ତ ୩ ଛାତ୍ରଛାତ୍ରୀଙ୍କ ପାଇଁ ୱେବ୍‌ ପୋର୍ଟାଲ ମାଧ୍ୟମରେ ପାଠ ପଢ଼ିବା ପାଇଁ ବ୍ୟବସ୍ଥା କରିବାକୁ ନିଷ୍ପତ୍ତି ନିଆଯାଇଛି। କରୋନା ପାଇଁ ଶ୍ରେଣୀ ଗୃହରେ ଶିକ୍ଷାଦାନ ଆରମ୍ଭ ହୋଇ ପାରୁନଥିବାରୁ ଯୁକ୍ତ ୩ ଛାତ୍ରଛାତ୍ରୀଙ୍କ ଲାଗି ୱେବ୍‌ ପୋର୍ଟାଲ ମାଧ୍ୟମରେ ରାଜ୍ୟ ସରକାର ଶିକ୍ଷାଦାନ ବ୍ୟବସ୍ଥା ଆରମ୍ଭ କରିବାକୁ ଯାଉଛନ୍ତି। ଏହି ବ୍ୟବସ୍ଥାରେ ଛାତ୍ରଛାତ୍ରୀମାନେ ଭର୍ଚୁଆଲ ଟ୍ୟୁଟୋରିଆଲ ପ୍ରୋଜେକ୍ଟରେ ସାମିଲ ହେବେ। ଏନେଇ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ବିଭିନ୍ନ ବିଶ୍ୱବିଦ୍ୟାଳୟ ଓ କଲେଜ କର୍ତ୍ତୃପକ୍ଷଙ୍କୁ ଚିଠି କରାଯାଇଛି। ଆସନ୍ତା ୮ ତାରିଖରେ ଉଚ୍ଚଶିକ୍ଷା ମନ୍ତ୍ରୀ ଏହି ପୋର୍ଟାଲକୁ ଲୋକାର୍ପଣ କରିବେ ବୋଲି ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ସୂଚନା ମିଳିଛି।

Show More
Back to top button