ଅପରାଧରାଜ୍ୟ

୩ ହାର୍ଡକୋର ମାଓବାଦୀଙ୍କ ଆତ୍ମସମର୍ପଣ

ସତ୍ୟଶିଖା,(ମାଲକାନଗିରି) ୩୧ .୦୩ .୨୦୨୧ :  ଚିତ୍ରକୋଣ୍ଡା ସ୍ଵାଭିମାନ ଅଞ୍ଚଳରେ ଦୀର୍ଘ ୮ ବର୍ଷ ଧରି ସକ୍ରିୟ ଥିବା ୩ ହାର୍ଡକୋର ମାଓବାଦୀ ମାଲକାନଗିରିରେ ଏସପି ରିସିକେଶ ଖିଲାରଙ୍କ ନିକଟରେ ଆତ୍ମସମର୍ପଣ କରିଛନ୍ତି। ଏମାନେ ହେଲେ ମାଇନୁ ଖରା, ରାମା ଆବତା ଓ ରଘୁ ବରା। ସାମ୍ୱାଦିକ ସମ୍ମିଳନୀରେ ଏସପି କହିଛନ୍ତି ଆନ୍ଧ୍ର ଓଡିଶା ବୋର୍ଡର ସ୍ପେଶାଲ ଜୋନାଲ କମିଟିର ମିଲିଟାରୀ ପ୍ଲାଟୁନରେ ଏମାନେ ସକ୍ରିୟ ସଦସ୍ୟ ଭାବେ କାର୍ଯ୍ୟ କରୁଥିଲେ। ସେମାନଙ୍କ ନାମରେ ପୁର୍ବରୁ ଅନେକ ମାମଲା ରହିଛି। ରାମା ଓ ମାଇନୁଙ୍କୁ ଧରିବା ପାଇଁ ରାଜ୍ୟ ସରକାର ୪ ଲକ୍ଷ ଟଙ୍କା ଓ ରଘୁ ଲାଗି ୧ଲକ୍ଷ ଟଙ୍କାର ପୁରସ୍କାର ରାଶି ଘୋଷଣା କରିଥିଲେ।

Show More
Back to top button