ନ୍ୟୁଜ୍ରାଜ୍ୟଶିକ୍ଷା

+୩ ନାମଲେଖା: ୭ରେ ପ୍ରଥମ, ୧୬ରେ ଦ୍ବିତୀୟ ମେଧା ତାଲିକା

ସତ୍ୟଶିଖା( ଭୁବନେଶ୍ୱର )୦୨.୦୯ . ୨୦୨୨:  ରାଜ୍ୟର ବିଭିନ୍ନ ଡିଗ୍ରୀ କଲେଜରେ +୩ ନାମଲେଖା ପାଇଁ ଆବେଦନ ଶେଷ ହୋଇଛି। ଗତ ୧୧ ତାରିଖରୁ ସାମ୍ସ ପୋର୍ଟାଲ ଜରିଆରେ ନାମଲେଖା ଆବେଦନ ଆରମ୍ଭ ହୋଇଥିବାବେଳେ ଅଗଷ୍ଟ ୨୫ରେ ଏହା ଶେଷ ହେବାର ଥିଲା। କିନ୍ତୁ ବନ୍ୟା ପରିସ୍ଥିତିକୁ ଦୃଷ୍ଟିରେ ରଖି ସମୟସୀମା ସେପ୍ଟେମ୍ବର ୧ ତାରିଖ ପର୍ୟ୍ୟନ୍ତ ବଢ଼ାଯାଇଥିଲା। ୧୦୨୩ଟି ଡିଗ୍ରୀ କଲେଜରେ ନାମଲେଖା ହେବାକୁ ଯାଉଥିବାବେଳେ ଏଥିଲାଗି ଆଜି ଆବେଦନ ସରିଛି। ଗୁରୁବାର ସନ୍ଧ୍ୟା ୭ଟା ସୁଦ୍ଧା ୨ ଲକ୍ଷ ୭୨ ହଜାର ୭ ଛାତ୍ରଛାତ୍ରୀ ନାମଲେଖା ପାଇଁ ପଞ୍ଜୀକରଣ କରିଥିବାବେଳେ ସେଥିମଧ୍ୟରୁ ୨ ଲକ୍ଷ ୫୩ ହଜାର ୯୨ ଜଣ ଅନଲାଇନରେ ଆବେଦନ କରିଥିଲେ। ୨ ଲକ୍ଷ ୫୧ ହଜାର ୭୫୧ ଜଣ ଅନଲାଇନ ଫି’ ପୈଠ କରିଥିଲେ। ଗୁରୁବାର ରାତି ୧୧ଟା ୪୫ ପର୍ୟ୍ୟନ୍ତ ଆବେଦନ ସମୟସୀମା ରହିଥିବାରୁ ଏହି ସଂଖ୍ୟା ବୃଦ୍ଧି ହୋଇପାରେ। ଆସନ୍ତା ୭ ତାରିଖ ଅପରାହ୍ଣ ୨ଟାରେ ପ୍ରଥମ ପର୍ୟ୍ୟାୟ ମେଧା ତାଲିକା ପ୍ରକାଶ ପାଇବ। ସେହିଦିନ ଅପରାହ୍ଣ ୨ଟାରୁ ୧୧ ତାରିଖ ଅପରାହ୍ଣ ୫ଟା ପର୍ୟ୍ୟନ୍ତ ନାମ‌େଲଖା ଅନୁଷ୍ଠିତ ହେବ। ରବିବାରରେ ବି ନାମଲେଖା ହେବ। ୧୬ ତାରିଖ ଅପରାହ୍ଣ ୨ଟାରେ ଦ୍ବିତୀୟ ପର୍ୟ୍ୟାୟ ମେଧା ତାଲିକା ପ୍ରକାଶ ପାଇବ। ଏହି ପର୍ୟ୍ୟାୟରେ ଯୋଗ୍ୟ ବିବେଚିତ ଛାତ୍ରଛାତ୍ରୀ ୧୬ ତାରିଖ ଅପରାହ୍ଣ ୨ଟାରୁ ୧୯ ତାରିଖ ଅପରାହ୍ଣ ୫ଟା ମଧ୍ୟରେ ନାମଲେଖା ହେବ। ୨୦ ତାରିଖ ଅପରାହ୍ଣ ୨ଟାରେ ଖାଲିଥିବା ସିଟ୍ ସମ୍ପର୍କରେ ସାମ୍ସ ୱେବସାଇଟରେ ପ୍ରକାଶ ପାଇବ। ୨୮ ତାରିଖ ଅପରାହ୍ଣ ୨ଟାରେ ସ୍ପଟ୍ ନାମଲେଖା ପାଇଁ ମେଧା ତାଲିକା ପ୍ରକାଶ ପାଇବ। ୨୮ ତାରିଖ ଅପରାହ୍ଣ ୨ଟାରୁ ଅକ୍ଟୋବର ୧ ତାରିଖ ମଧ୍ୟରେ ସ୍ପଟ ନାମଲେଖା ହେବ।

Show More
Back to top button