ନ୍ୟୁଜ୍ରାଜ୍ୟସ୍ୱାସ୍ଥ୍ୟ

ରାଜ୍ୟରେ ୩ କୋଟି ପାର୍ କଲା ଟୀକାକରଣ

ସତ୍ୟଶିଖା(ଭୁବନେଶ୍ୱର )୨୯.୦୯ .୨୦୨୧: ଓଡିଶାରେ ରେକର୍ଡ ସଂଖ୍ୟକ ଟୀକାକରଣ । କୋଭିଡ ବିରୋଧି ଲଢେଇରେ ଆଉ ଏକ ମାଇଲଷ୍ଟୋନ ଅତିକ୍ରମ କଲା ରାଜ୍ୟ । ରାଜ୍ୟରେ ୩ କୋଟି ପାର୍ କଲା ଟୀକାକରଣ । ଅର୍ଥାତ୍ ବର୍ତ୍ତମାନ ସୁଦ୍ଧା ଲୋକଙ୍କୁ ୩ କୋଟି ଡୋଜ ଦିଆଯାଇଛି । ଟ୍ବିଟ୍ ଯୋଗେ ସୂଚନା ଦେଇଛି ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ।

ଏଭଳି ସଫଳ ପୂର୍ବକ ଟୀକାକରଣ ପାଇଁ ବିଭାଗ ପକ୍ଷରୁ ସମସ୍ତ ସ୍ବାସ୍ଥ୍ୟକର୍ମୀ ଓ ରାଜ୍ୟବାସୀଙ୍କୁ ଧନ୍ୟବାଦ ଅର୍ପଣ କରାଯାଇଛି । ସ୍ବାସ୍ଥ୍ୟକର୍ମୀଙ୍କ ଉଦ୍ୟମ ଏବଂ ଏଥିପ୍ରତି ଲୋକଙ୍କ ସମର୍ଥନ ଯୋଗୁଁ ଟୀକାକରଣ କ୍ଷେତ୍ରରେ ଓଡିଶା ନୂଆ ରେକର୍ଡ ବନାଇଥିବା କହିଛି ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ।

ଉଲ୍ଲେଖଯୋଗ୍ୟ, ରାଜ୍ୟରେ ବର୍ତ୍ତମାନ ତଳମୁହାଁ ରହିଛି ସଂକ୍ରମଣ । ଦୈନିକ ସଂକ୍ରମଣ ୫୦୦ ପାଖାପାଖି ରହୁଥିବାବେଳେ ମୃତ୍ୟୁସଂଖ୍ୟା ମଧ୍ୟ କମିବାରେ ଲାଗିଛି । ସେପଟେ କୋଭିଡ ବିରୋଧି ଯୁଦ୍ଧରେ ଟୀକାକରଣ ମୁଖ୍ୟ ଅସ୍ତ୍ର ଭାବେ ଗଣା ହେଉଥିବାରୁ ଲୋକଙ୍କୁ ଯଥାଶୀଘ୍ର ଦୁଇଟି ଯାକ ଡୋଜ ନେବାକୁ ପରାମର୍ଶ ଦେଉଛନ୍ତି ରାଜ୍ୟ ସରକାର ।

Show More
Back to top button