

ସତ୍ୟଶିଖା(ଭୁବନେଶ୍ୱର) ୦୩ .୦୭.୨୦୨୧: 3 ହଜାର ଟ୍ରେଣ୍ଡ ପରେ ରାଜ୍ୟରେ ତଳ ମୁହାଁ ହୋଇଛି କୋରୋନା ସଂକ୍ରମଣ । ଗତ 24 ଘଣ୍ଟା ମଧ୍ୟରେ ରାଜ୍ୟରେ 2917 କୋରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ସଂକ୍ରମିତଙ୍କ ମଧ୍ୟରୁ 1677 ଜଣ କ୍ବାରେଣ୍ଟାଇନରୁ ହୋଇଥିବା ବେଳେ 1240ଟି ଲୋକାଲ କେସ ରହିଛି । ଏହାକୁ ମିଶାଇ ରାଜ୍ୟରେ ମୋଟ କୋରୋନା ସଂକ୍ରମିତଙ୍କ ସଂଖ୍ୟା 9 ଲକ୍ଷ 19 ହଜାର 269ରେ ପହଞ୍ଚିଛି । ଆଜି ଚିହ୍ନଟ ସଂକ୍ରମିତଙ୍କ ମଧ୍ୟରୁ ଖୋର୍ଦ୍ଧାରୁ ସର୍ବାଧିକ 549ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।
ଆଜି ଚିହ୍ନଟ ସଂକ୍ରମିତଙ୍କ ମଧ୍ୟରୁ ଅନୁଗୁଳରୁ 86, ବାଲେଶ୍ବରରୁ 237, ବରଗଡ଼ରୁ 22, ଭଦ୍ରକରୁ 163, ବଲାଙ୍ଗୀରରୁ 7, ବୌଦ୍ଧରୁ 19,କଟକରୁ 422, ଦେଓଗଡ଼ରୁ 5, ଢେଙ୍କାନାଳରୁ 77, ଗଜପତିରୁ 6, ଗଞ୍ଜାମରୁ 21, ଜଗତସିଂହପୁରରୁ 119, ଯାଜପୁରରୁ 218, ଝାରସୁଗୁଡ଼ାରୁ 8, କଳାହାଣ୍ଡିରୁ 21, କନ୍ଧମାଳରୁ 13, କେନ୍ଦ୍ରାପଡ଼ାରୁ 79, କେନ୍ଦୁଝରରୁ 75, କୋରାପୁଟରୁ 55, ମାଲକାନାଗିରିରୁ 59, ମୟୂରଭଞ୍ଜରୁ 165, ନବରଙ୍ଗପୁରରୁ 19, ନୟାଗଡ଼ରୁ 96, ନୂଆପଡ଼ାରୁ 8, ପୁରୀରୁ 132, ରାୟଗଡ଼ାରୁ 53, ସମ୍ବଲପୁରରୁ 22, ସୋନପୁରରୁ 12, ସୁନ୍ଦରଗଡ଼ରୁ 48, ଷ୍ଟେଟ ପୁଲ୍ରୁ 101 ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।