ରାଜ୍ୟରେ ୨୮୬ ନୂଆ ଆକ୍ରାନ୍ତ ଚିହ୍ନଟ

ସତ୍ୟଶିଖା(ଭୁବନେଶ୍ୱର) ୧୦.୧୨.୨୦୨୧:  ଓଡ଼ିଶାରେ କୋଭିଡ ସଂକ୍ରମଣ ସ୍ଥିତିରେ ହ୍ରାସ ବୃଦ୍ଧି ଲାଗିରହିଛି। ଗୋଟିଏ ଦିନ ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ହ୍ରାସ ପାଉଥିବାବେଳେ ପରଦିନ ତାହା ପୁଣି ବୃଦ୍ଧିପାଉଛି। ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୨୮୬ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରେ ସଂଗରୋଧରୁ ୧୬୮ ଓ ସ୍ଥାନୀୟ ସଂକ୍ରମିତ ୧୧୮ ରହିଛନ୍ତି। ଚିହ୍ନଟ ନୂଆ ସଂକ୍ରମିତଙ୍କ ମଧ୍ୟରେ ୧୮ ବର୍ଷରୁ କମ୍‍ ବୟସର ୪୦ ଜଣ ଥିବା ଜଣାଯାଇଛି। ଅନୁଗୁଳରୁ ୧, ବାଲେଶ୍ୱର ୩, କଟକ ୧୭, ଢେଙ୍କାନାଳ ୯, ଗଞ୍ଜାମ ୫, ଜଗତସିଂହପୁର ୩, ଯାଜପୁର ୪ ଓ ଝାରସୁଗୁଡାରୁ ୫ ଚିହ୍ନଟ ହୋଇଛନ୍ତି। କେନ୍ଦ୍ରାପଡାରୁ ୪, କେନ୍ଦୁଝର ୩, ଖୋର୍ଦ୍ଧା ୧୪୭, ମୟୁରଭଞ୍ଜ ୨୧, ନୟାଗଡ ୧, ପୁରୀ ୮, ସମ୍ବଲପୁର ୬, ସୁନ୍ଦରଗଡ ୧୫ ଓ ଷ୍ଟେଟପୁଲରୁ ୩୪ ଜଣଙ୍କୁ ଚିହ୍ନଟ କରାଯାଇଛି। ଦିନକ ମଧ୍ୟରେ ୨୧୭ ଜଣ କରୋନାରୁ ସୁସ୍ଥ ହୋଇଛନ୍ତି। ରାଜ୍ୟରେ ସଂପ୍ରତି ୨୧୩୭ ସକ୍ରିୟ କରୋନା ସଂକ୍ରମିତ ରହିଥିବା ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ ସୂତ୍ରରୁ ଜଣାଯାଇଛି।

Exit mobile version