

ସତ୍ୟଶିଖା( ଭୁବନେଶ୍ୱର )୧୧.୧୧.୨୦୨୨: ତୃତୀୟ ଥର ଲାଗି ଯୁକ୍ତ ଦୁଇ ଇ-ନାମଲେଖା ଲାଗି ଆବେଦନ କରିପାରିବେ । ଯୁକ୍ତ ଦୁଇ ଇ-ନାମଲେଖା ପ୍ରକ୍ରିୟାରୁ ବଞ୍ଚିତ ହୋଇଥିବା ଛାତ୍ରଛାତ୍ରୀଙ୍କୁ ପୁଣି ମିଳିଲା ସୁଯୋଗ । ଆଜିଠୁ ନଭେମ୍ବର ୧୫ ତାରିଖ ଯାଏ ଛାତ୍ରଛାତ୍ରୀମାନେ ନାମଲେଖା ପାଇଁ ପୁଣି ଥରେ ଆବେଦନ କରିପାରିବେ ।
ଇଚ୍ଛୁକ ଛାତ୍ରଛାତ୍ରୀ ଓ ଅଭିଭାବକମାନେ www.samsodisha.inରେ ସମ୍ପୂର୍ଣ୍ଣ ବିବରଣୀ ଜାଣିପାରିବେ । ଯେଉଁମାନେ ଆଦୌ ପଞ୍ଜୀକରଣ କରିନାହାନ୍ତି, ସେମାନେ ନୂଆକରି ପଞ୍ଜୀକରଣ କରିବେ । ଯେଉଁମାନେ ପୂର୍ବରୁ ପଞ୍ଜୀକରଣ କରିଛନ୍ତି ସେମାନେ ଆଉଥରେ ଆବେଦନ କରିବେ । ଏହି ପର୍ଯ୍ୟାୟର ମେଧା ତାଲିକା ଆସନ୍ତା ୧୮ରେ ପ୍ରକାଶ ପାଇବ । ଚୟନ କରାଯାଇଥିବା ଛାତ୍ରଛାତ୍ରୀ ଉଚ୍ଚ ମାଧ୍ୟମିକ ସ୍କୁଲରେ ନାମଲେଖାଇବାର ତାରିଖ ନଭେମ୍ବର ୧୮ ରୁ ୨୧ତାରିଖ ରହିବ।