ଦେଶନ୍ୟୁଜ୍ସ୍ୱାସ୍ଥ୍ୟ

ଦେଶରେ ଆଉ ନୂଆ ସଂକ୍ରମିତ ୨୬,୦୪୧ ; ମୃତ ୨୭୬

ସତ୍ୟଶିଖା (ନୂଆଦିଲ୍ଲୀ ) ୨୭ /୦୯ /୨୦୨୧:ଦେଶରେ ୨୪ ଘଣ୍ଟାରେ ଆଉ ୨୬,୦୪୧ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ଆକ୍ରାନ୍ତ ମଧ୍ୟରୁ କେରଳରୁ ୧୫,୯୫୧ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହାସହ ମୋଟ ସଂକ୍ରମିତଙ୍କ ସଂଖ୍ୟା ୩,୩୬,୭୮,୭୮୬କୁ ବୃଦ୍ଧି ପାଇଛି। ଆଉ ୨୯,୬୨୧ ଆକ୍ରାନ୍ତ ସୁସ୍ଥ ହୋଇଥିବା ବେଳେ ମୋଟ ୩,୨୯,୩୧,୯୭୨ ମୋଟ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଚିକିତ୍ସାଧୀନ ଅବସ୍ଥାରେ ଆଉ ୨୭୬ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବା ବେଳେ କେବଳ କେରଳରୁ ୧୬୫ ଆକ୍ରାନ୍ତ ମୃତ। ଏହାସହ ଦେଶରେ ମୋଟ କରୋନା ଜନିତ ମୃତ୍ୟୁସଂଖ୍ୟା ୪,୪୭,୧୯୪ରେ ପହଞ୍ଚିଛି। ୨,୯୯,୬୨୦ ସକ୍ରିୟ ଆକ୍ରାନ୍ତ ଚିକିତ୍ସାଧୀନ ଅବସ୍ଥାରେ ରହିଛନ୍ତି। ୨୪ ଘଣ୍ଟାରେ ଆଉ ୩୮,୧୮,୩୬୨ ଟିକା ନେଇଥିବା ବେଳେ ମୋଟ ୮୬,୦୧,୫୯,୦୧୧ ଟିକା ନେଇ ସାରିଛନ୍ତି। ଏନେଇ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ପକ୍ଷରୁ ଟ୍ୱିଟ ଯୋଗେ ସୂଚନା ମିଳିଛି।

 

Show More
Back to top button